ଖୋଲିବ ୨ଟି ନୂଆ ଉଚ୍ଚଶିକ୍ଷା ଆଂଚଳିକ ନିର୍ଦ୍ଦେଶାଳୟ ! ଉଚ୍ଚଶିକ୍ଷା ବିଭାଗର ପ୍ରସ୍ତାବକୁ ଅନୁମୋଦନ କଲେ ମୁଖ୍ୟମନ୍ତ୍ରୀ

21

କନକ ବ୍ୟୁରୋ: ଉଚ୍ଚଶିକ୍ଷା ବିଭାଗରେ ଆହୁରି ଦୁଇଟି ନୂଆ ଆଂଚଳିକ ନିର୍ଦ୍ଦେଶାଳୟ ଖୋଲିବ । ରାଜ୍ୟରେ ମହାବିଦ୍ୟାଳୟ ଗୁଡିକର ସଂଖ୍ୟା ବୃଦ୍ଧିକୁ ଆଖିରେ ରଖି ଏପରି ନିଷ୍ପତି ନିଆଯାଇଛି । ତେବେ ଉଚ୍ଚଶିକ୍ଷା ବିଭାଗର ଏସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି । ବାଲେଶ୍ୱର ଓ ଜୟପୁରଠାରେ ଏହି ୨ଟି ଆଂଚଳିକ ନିର୍ଦ୍ଦେଶାଳୟ କାର୍ଯ୍ୟ କରିବ ବୋଲି ଜଣାପଡିଛି ।