ପୁଣି ଅଲୋଡା ଶିଶୁ କନ୍ୟା: ଯାଜପୁର ଧର୍ମଶାଳାରେ ବୁଦା ଭିତରୁ ନବଜାତ ଶିଶୁ କନ୍ୟା ଉଦ୍ଧାର, ଡାକ୍ତରଖାନାରେ ଭର୍ତ୍ତି

29

କନକ ବ୍ୟୁରୋ: ବୁଦାଭିତରୁ ଶିଶୁକନ୍ୟା ଉଦ୍ଧାର । ଯାଜୁପୁର ଜିଲ୍ଲା ଧର୍ମଶାଳା ଥାନା ମୀର୍ଜାପୁର ପଂଚାୟତ ସାଲେପୁର ନିକଟରୁ ଏକ ବୁଦା ଭିତରୁ ନବଜାତ ଶିିଶୁକନ୍ୟାକୁ ଉଦ୍ଧାର କରାଯାଇଛି । ଗାଁରେ ଜଣେ ମହିଳା ସକାଳୁ ସଂପୃକ୍ତ ଶିଶୁକନ୍ୟାକୁ ଦେଖି ଉଦ୍ଧାର କରି ନିଜ ଘରକୁ ଆଣିଥିଲେ । ଏହାପରେ ଆଶାକର୍ମୀଙ୍କ ସହାୟତାରେ ଶିଶୁକନ୍ୟାକୁ ଧର୍ମଶାଳା ଡାକ୍ତରଖାନାରେ ଭର୍ତି କରାଯାଇଛି । ଶିଶୁକନ୍ୟା ଏବେ ବିପଦମୁକ୍ତ ଅଛି ।