ବଢୁଛି ସଂଜୟଙ୍କ ଅଡୁଆ । ପାଜେରୋ ପ୍ରସଙ୍ଗରେ ପୁଣି ନୈତିକତାର ପ୍ରଶ୍ନ ଉଠାଇଲେ ବିଜେଡି ସାସଂଦ । ସାସଂଦ ବୈଷ୍ଣବ ପରିଡା କହିଲେ ବ୍ୟବସାୟ କରିବାକୁ ଯୁବ ନେତା ମାନେ ରାଜନୀତିକୁ ଆସୁଛନ୍ତି । ତେବେ ଇସ୍ତଫା ପ୍ରସଙ୍ଗରେ ସଂଜୟ ନିଜେ ବିଚାର କରିବାର ଆବଶ୍ୟକତା ରହିଛି । ସେପଟେ ସାଂସଦ ଲଡୁକିଶୋର କହିଛନ୍ତି ସବୁ ନେତାଙ୍କୁ ସାଧୁ କୁହାଯାଇପାରିବ ନାହିଁ । ପୂର୍ବରୁ ପାଜେରୋ ବିବାଦରେ ସାଂସଦ ଭର୍ତୁହରି ମହତାବ,ତଥାଗତ ଶତପଥୀ, ଓ ନଗେନ୍ଦ୍ର ପ୍ରଧାନ ମଧ୍ୟ ସଂଜୟଙ୍କୁ ପରୋକ୍ଷରେ ଟାର୍ଗେଟ କରିଥିଲେ । ଏଭଳି ସ୍ଥିତିରେ ବଢୁଛି ମନ୍ତ୍ରୀ ସଂଜୟ ଦାସ ବର୍ମାଙ୍କ ସମସ୍ୟା ।

Comments

comments