କିଛି ଦିନ ହେବ ବାରାହା ଉତ୍ପାତରେ ଆତଙ୍କିତ ବଲାଙ୍ଗୀର ! ଆଜି ଆଉ ଦୁଇଜଣ ବାରହା ଆକ୍ରମଣରେ ଆହତ

44

କନକ ବ୍ୟୁରୋ : ବଲାଙ୍ଗୀରରେ ଗଲା କିଛି ଦିନ ହେବ ଉତ୍ପାତ କରୁଛି ବାରାହା । ଆଜି ଆଉ ଦୁଇ ଜଣ ବାରହା ଆକ୍ରମଣରେ ଆହତ ହୋଇଛନ୍ତି । ଜଙ୍ଗଲକୁ ମହୁଲ ତୋଳିବାକୁ ଯାଇଥିବା ବେଳେ ବାରହା ଆକ୍ରମଣର ଶିକାର ହୋଇଛନ୍ତି ମା’ ଝିଅ । ତୁଷୁରା ଥାନା ଅନ୍ତର୍ଗତ ଶିରିସାବାହଲ ଗାଁର ମା’ ଝିଅ ଏବେ ଗୁରୁତର ଅବସ୍ଥାରେ ବଲାଙ୍ଗିର ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛନ୍ତି । ତେବେ ଗଲା ଦୁଇ ତିନି ଦିନ ତଳେ ବାହରା ଆକ୍ରମଣରେ ଜଣେ ବନକର୍ମଚାରୀଙ୍କ ସମେତ ୩ଜଣ ଆହତ ହୋଇଥିଲେ ।