କରୋନାକୁ ନେଇ ଆସିଲା ବଡ ଖବର: ରାଜ୍ୟରେ କରୋନା ନେଲା ଆଉ ୨ ଜୀବନ । ୯୧ ନୂଆ ଆକ୍ରାନ୍ତ ଚିହ୍ନଟ; ମୋଟ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି, ଆକ୍ରାନ୍ତଙ୍କ ସଂଖ୍ୟା ୮୨୮ ଛୁଇଁଲା

4,569

କନକ ବ୍ୟୁରୋ: କରୋନାକୁ ନେଇ ଆସିଲା ପୁଣି ଏକ ବଡ ଖବର । ରାଜ୍ୟରେ କରୋନା ମହାମାରୀ ନେଲା ଆଉ ୨ ଜୀବନ । ତେବେ ଏହାକୁ ମିଶାଇ ରାଜ୍ୟରେ ମୋଟ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅନ୍ୟ ପଟେ ଆଜି ରାଜ୍ୟରେ ୯୧ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ନେଇ ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ଅନ୍ୟପଟେ, ଅନ୍ୟପଟେ, ଗଂଜାମ ଜିଲ୍ଲାରେ ଆଜି ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ପୁରୁଷ ହୋଇଥିବା ବେଲେ ସେମାନଙ୍କ ବୟସ ଜଣଙ୍କର ୩୮ବର୍ଷ ବୟସ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୪୫ ବର୍ଷ ଥିବା ନେଇ ସୂଚନା ମିଳିଛି । ତବେ ମୃତକ ଦୁଇ ଜଣ ସୁରତ ଫେରନ୍ତା ବୋଲି ସ୍ପଷ୍ଟ କରିଛି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ପୂର୍ବରୁ ଜିଲ୍ଲାରେ ଜଣଙ୍କର ମୃତ୍ୟୁ ଘଟିଥିଲା । ଫଳରେ ଗଂଜାମରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୩କୁ ବୃଦ୍ଧି ପାଇଛି ।