କ’ଣ ସତରେ ଖୁନୀ ପାଲଟିଛି ସୋସିଆଲ୍ ମିଡିଆ ? ଦୁଇ ମାସରେ ୨୨ ମୃତ୍ୟୁ ଏବଂ ୧୬ ସମୂହ ଆକ୍ରମଣ ।

44

କ’ଣ ସତରେ ଖୁନୀ ପାଲଟିଛି ସୋସିଆଲ୍ ମିଡିଆ? ଏଭଳି ପ୍ରଶ୍ନ ପଚରାଯିବାର ଅର୍ଥ ହେଉଛି ଗତ ଦୁଇମାସ ଧରି ହ୍ୱାଟସଆପ୍ ଏବଂ ଫେସବୁକ୍ ଭଳି ସୋସିଆଲ୍ ମିଡିଆ ସିରିଏଲ୍ କିଲର୍ ଭଳି କାମ କରୁଛି । ବିଭିନ୍ନ ପ୍ରକାରର ଗୁଜବ ପ୍ରସାରିତ କରି ଏହି ଦୁଇମାସ ଭିତରେ ୧୬ ଜଣ ନିରୀହ ବ୍ୟକ୍ତିଙ୍କର ଦଳବଦ୍ଧ ଭାବରେ ହତ୍ୟା ହୋଇଗଲାଣି । ଏହି ତାଲିକାରେ ଉଭୟ ପୁରୁଷ,ନାରୀ ଏବଂ ତୃତୀୟ ଲିଙ୍ଗୀ ମଧ୍ୟ ସାମିଲ୍ ଅଛନ୍ତି ।

ଭାରତରେ ହ୍ୱାଟସଆପ୍ ଏବଂ ଫେସବୁକ୍ ଭଳି ସୋସିଆଲ୍ ପ୍ଲାଟଫର୍ମକୁ ଅଧିକରୁ ଅଧିକ ଲୋକେ ବ୍ୟବହାର କରନ୍ତି । କିନ୍ତୁ ଏହି ଗୁଜବ ବଢାଇବାରେ ହ୍ୱାଟସଆପକୁ ପ୍ରାଧାନ୍ୟ ଦିଆଯାଉଛି । କିନ୍ତୁ ଏହି ଗୁଜବର ଶିକାର ପାଲଟୁଛନ୍ତି ନିର୍ଦ୍ଦୋଶ ନିରୀହ ଲୋକମାନେ । ବର୍ତ୍ତମାନ ଭାରତରୁ ହ୍ୱାଟସଆପ୍ ଭଳି ସୋସିଆଲ୍ ସାଇଟକୁ ବ୍ୟାନ୍ କରିବା ପାଇଁ କଥା ଉଠୁଛି ।

ଆଜିର ସମୟରେ ଭାରତରେ ସୋସିଆଲ୍ ମିଡିଆ ଗୁଜବ ପ୍ରଚାର କରିବାରେ ଏବଂ ପରସ୍ପର ମଧ୍ୟରେ ଘୃଣାଭାବ ସୃଷ୍ଟି କରିବାର ଏକ ମୁଖ୍ୟ ମାଧ୍ୟମ ପାଲଟିଛି । ନିକଟରେ ଜୁଲାଇ ୧ ତାରିଖରେ ମହାରାଷ୍ଟ୍ରର ଧୁଲେ ସ୍ଥାନରେ ଉତ୍ତ୍ୟକ୍ତ ଲୋକ ଦଳବଦ୍ଧ ହୋଇ ୫ ଜଣ ଲୋକଙ୍କୁ ପିଟି ପିଟି ମାରିଦେଇଛନ୍ତି । ଏହାର କାରଣ ମଧ୍ୟ ଏହି ସୋସିଆଲ୍ ଗୁଜବ ଯାହା ନିର୍ଦ୍ଦୋଶ ମାନଙ୍କୁ ପିଲାଚୋର ସଜାଇ ଦେଇଥିଲା । ଠିକ୍ ଏହିଦିନ ଆସାମର ସୋନପୁର ଜିଲ୍ଲାରେ ଜଣେ ମାନସିକ ସ୍ତରରେ ଦୁର୍ବଳ ମହିଳାକୁ ପିଲାଚୋର ଭାବି ଲୋକମାନେ ଖମ୍ଭରେ ବାନ୍ଧି ନିର୍ଧୁମ ପିଟିଥିଲେ । ୨୨ ଜୁନରେ ଛତିଶଗଡର ସରଗୁଜା ଜିଲ୍ଲାରେ ପିଲାଚୋର ଭାବି ଜଣେ ଯୁବକଙ୍କୁ ମଧ୍ୟ ପିଟି ପିଟି ହତ୍ୟା କରାଯାଇଥିଲା । ତେବେ ଏଭଳି ୧୬ ଟି ମାମଲା ସାମ୍ମାକୁ ଆସିଲାଣି । ଯାହା ପରମୁହୂର୍ତ୍ତରେ ଗୁଜବ କାରଣରୁ ଏଭଳି ହୋଇଥିବା କଥା ଶୁଣିବାକୁ ମିଳୁଛି ।