କେନ୍ଦୁଝର ଢେଙ୍କିକୋଟ କୈଳାଶ ଜୁଏଲାରୀରୁ ଲୁଟ୍ ! ପଲସରରେ ଆସି ୧୬ ଲକ୍ଷ ଟଙ୍କାର ଗହଣା ଝାମ୍ପିନେଲେ ଦୁବୃର୍ତ୍ତ

35

କନକ ବ୍ୟୁରୋ: କେନ୍ଦୁଝର ଢେଙ୍କିକୋଟ କୈଳାଶ ଜୁଏଲାରୀରୁ ଲୁଟ୍ । ୧୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଗହଣା ଲୁଟ୍ ହୋଇଥିବା ଜଣାପଡିଛି । ୨ ଜଣ ଦୁର୍ବୃତ୍ତ ପଲସରରେ ଆସି ଦୋକାନ ମାଲିକଙ୍କଠାରୁ ଲୁଟ କରି ଫେରାର ହୋଇଥିବା ଜଣାପଡିଛି । ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ କରୁଛି ।

ଅନ୍ୟପଟେ, ସୁନ୍ଦରଗଡ ନୂଆଗାଁ ବ୍ଲକ ବାରିଲେପଟା-ସୋରଡା ରାସ୍ତାରେ ଲୁଟ୍ ହୋଇିବା ଖବର ଆସିଛି । ଏଟିଏମକୁ ଆସୁଥିବା ଏକ ଟଙ୍କା ଭର୍ତ୍ତି ଭ୍ୟାନରୁ ୨୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଜଣାପଡିଛି । ଟଙ୍କା ଭର୍ତ୍ତି ଭ୍ୟାନଟି ସୋରଡା ସ୍ଥିତ ଏଟିଏମରେ ଟଙ୍କା ଭର୍ତ୍ତି କରିବାକୁ ଯାଉଥିବା ବେଳେ ଲୁଟ୍ ହୋଇଛି । ତେବେ ବିଶ୍ରା ଥାନା ପୁଲିସ ଘଟଣା ସ୍ଥଳରେ ପହଚିଂ ତଦନ୍ତ ଆରମ୍ଭ କରିଛି ।