କନକ ନ୍ୟୁଜ୍ ପ୍ରଭାବ ! ବୈପାରୀଗୁଡା ବିରିଗୁଡା ଗାଁରେ ମଇଁଷି ଚୋରି ଅଭିଯୋଗରେ ବନ୍ଦୀ ଦୁଇ ଯୁବକଙ୍କୁ ପୁଲିସର ଜିମା ଦେଲେ ଗାଁଲୋକେ

52

କନକ ବ୍ୟୁରୋ : କନକ ନ୍ୟୁଜର ପ୍ରଭାବ । ମଇଁଷି ପାଇଁ ବନ୍ଧା ପଡିଥିବା ଯୁବକଙ୍କୁ ପୁଲିସର ଜିମା ଦେଇଛନ୍ତି ଗ୍ରାମବାସୀ । ମଇଁଷି ଚୋରି ଅଭିଯୋଗରେ କୋରାପୁଟ ବୈପାରୀଗୁଡା ଦଣ୍ଡାବାଡି ପଂଚାୟତର ବିରିଗୁଡା ଗାଁରେ ଦୁଇଜଣ ଯୁବକଙ୍କୁ ୧୨ ଦିନ ଧରି ଘରେ ବନ୍ଦୀ କରି ରଖିଥିଲେ ଗାଁ ଲୋକ ।

ମଇଁଷି ଚୋରି କରିଥିବା ନେଇ ଗାଁଲୋକଙ୍କ ପାଖରେ କୌଣସି ପ୍ରମାଣ ନଥିବା ବେଳେ କେବଳ ସନ୍ଦେହରେ ଦୁଇ ଜଣଙ୍କୁ ଅମାନବିକ ଭାବେ ଅଟକ ରଖାଯାଇଥିଲା । ଖାଲି ସେତିକି ନୁହେଁ ଯୁବକ ଦୁଇ ଜଣଙ୍କୁ ଘରେ ତାଲା ପକାଇ ଦେଇଥିଲେ ଗାଁଲୋକେ । ତେବେ ଗତକାଲି ଏନେଇ କନକ ନ୍ୟୁଜରେ ଖବର ପ୍ରସାରିତ ହେବାପରେ ଆଜି ସେମାନଙ୍କୁ ପୁଲିସର ଜିମା ଦେଇଛନ୍ତି ଗ୍ରାମବାସୀ ।

ଏହା ସହ ଦେଖନ୍ତୁ ଏହି ଭିଡିଓ –