ଫିଲ୍ମ ଷ୍ଟାଇଲରେ ନକଲି ବନ୍ଧୁକ ଦେଖାଇ କରାଯାଉଛି ଲୁଟ୍ ! ଏମିତି ଦୁଇ ଲୁଟେରାଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସ

48

କନକ ବ୍ୟୁରୋ : ମୁଣ୍ଡରେ ବନ୍ଧୁକ ଲଗାଇ ସର୍ବସ୍ୱ ଲୁଟି ନିଏ ଲୁଟେରା । ଲୁଟେରାର ବନ୍ଧୁକ ଗର୍ଜନ କରିବା ପୁର୍ବରୁ ନିଜର ସର୍ବସ୍ୱ ଲୁଟେରା ହାତକୁ ବଢାଇ ଦେଇଥାଏ ବ୍ୟକ୍ତି ଜଣକ । କାହିଁକି ନା ଜୀବନ ଆଗ ଆଉ ଜିିନିଷ ପଛ । ଲୁଟେରା ଜଣକ ମୁଣ୍ଡରେ ବନ୍ଧୁକ ରଖି ବ୍ୟକ୍ତିଙ୍କ ପାଖରେ ଥିବା ଗାଡି, ସୁନା, ଟଙ୍କା, ମୋବାଇଲ, ଏଟିଏମ୍ କାର୍ଡ ଆଦି ଲୁଟିନିଏ । କାହିଁକି ନା ଲୁଟେରାର ଟ୍ରିଗର ଦବିବା ଆଗରୁ ଛାନିଆ ହୋଇପଡନ୍ତି ।

ହେଲେ କେହି କେବେ ବି ଭାବି ନଥାନ୍ତି ଯେ, ଲୁଟେରା ହାତରେ ଥିବା ବନ୍ଧୁକଟି ଅସଲି ନା ନକଲି । ନକଲି ବନ୍ଧୁକ ଧରି ଅସଲି ଲୁଟ କରୁଥିବା ୨ ଜଣ ଡକାୟତଙ୍କୁ ପୁଲିସ ହାତକଡି ପିନ୍ଧାଇଛି । ଯେଉଁମାନେ ନକଲି ବନ୍ଧିକରେ କରୁଥିଲେ ଅସଲି ଲୁଟ୍ । ଗଞ୍ଜାମର ଦୁର୍ଦାନ୍ତ ଅପରାଧୀ ଶୁସାନ୍ତ ମହାନ୍ତି ଓ ଯାଜପୁରର ଜୀବନ ଜ୍ୟୋତି ପଣ୍ଡା । ଏହି ଖେଳନା ବନ୍ଧୁକ ଧରି ସାରା ରାଜ୍ୟରେ ଆତଙ୍କ ଖେଳାଇ ଦେଇଥିଲେ ଏହି ୨ ଦୁର୍ଦାନ୍ତ ଅପରାଧୀ ।

ଭୁବନେଶ୍ୱର ଆଳୁଗଦି ମାଲିକଙ୍କ ଠାରୁ ୧ଲକ୍ଷ, ରାଜଧାନୀ କଲେଜ ସମ୍ମୁଖରୁ ସେଲସମ୍ୟାନଙ୍କ ଠାରୁ ସାଢେ ୨ଲକ୍ଷ, ବୁିଗୁଡା ସୁନା ଦୋକାନୀଙ୍କ ଠାରୁ ଲକ୍ଷାଧିକ ଟଙ୍କାର ଗହଣା ଭଳି ସଙ୍ଗୀନ ମାମଲାରେ ଏମାନଙ୍କର ସଂପୃକ୍ତି ଥିବା ପୁଲିସ କହିଛି । ଗ୍ୟାଙ୍ଗର ଆଉ ଜଣେ ହାର୍ଡକୋରକୁ ପୁଲିସ ଖୋଜୁଛି ।