ପୁଣି ଅକାଳରେ ଆଖି ବୁଜିଲେ ଓଡିଆ ଶ୍ରମିକ ! ରାୟଗଡାର ୨ ଶ୍ରମିକ ଦାଦନ ଖଟିବାକୁ ଯାଇ ଚେନ୍ନାଇରେ ମୃତ

33

କନକ ବ୍ୟୁରୋ : ଚେନ୍ନାଇରେ ୨ ଓଡିଆ ଶ୍ରମିକଙ୍କ ମୃତ୍ୟୁ । ରାୟଗଡାର ଦୁଇ ଜଣ ଶ୍ରମିକ ଦାଦନ ଖଟିବା ପାଇଁ ଯାଇ ଅକାଳରେ ଆଖି ବୁଜିଛନ୍ତି । ପେଟ ପାଇଁ ସଂଘର୍ଷ କରୁଥିବା ବିଷମ କଟକର ଶ୍ରମିକ ଦୁଇ ଜଣ ନିର୍ମାଣଧିନ କାଂଥ ତଳେ ଚାପି ହୋଇ ମୃତ୍ୟୁ ବରଣ କରିଛନ୍ତି । ବିଷମ କଟକ ଉର୍ଲାଯୋଡି ସଦାଶିବ କୁଟ୍ରୁକା ଓ ମଣ୍ଡାପାଇ ଗାଁର ବୃନ୍ଧାବନ କୁଟ୍ରୁକା ରୋଜଗାର ଆଶାରେ ଚେନ୍ନାଇ ଯାଇଥିଲେ । ଚେନ୍ନାଇରେ କୋଠା ନିର୍ମାଣ କାମରେ ନିୟୋଜିତ ଥିବା ବେଳେ କାଂଥ ଭୁଷୁଡି ସେମାନଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।