ବଦଳିଗଲା ମଜୁରିଆଙ୍କ ଭାଗ୍ୟ, ରାତା ରାତି ବନିଗଲେ କୋଟିପତି । ଖଣିରୁ ପାଇଲେ ୨.୫୫ କୋଟି ଟଙ୍କାର ହୀରା

279

ମଧ୍ୟ ପ୍ରଦେଶର ପନ୍ନା ଜିଲ୍ଲାରେ ଦୁଇ ଜଣ ମଜୁରିଆଙ୍କ ଭାଗ୍ୟ ରାତା ରାତି ବଦଳିଗଲା । ନୂଆ ବର୍ଷର ଦୁଇ ଦିନ ପୂର୍ବରୁ ସେମାନେ କୋଟିପତି ବନିଗଲେ । ସୂଚନାଯୋଗ୍ୟ, ଦୁଇ ଜଣ ମଜୁରିଆ ଭଡାରେ ଖଣିକୁ ନେଇ ସେମାନେ ହୀରା ଖୋଜିବାର କାମ କରୁଥିଲେ । ପାଖାପାଖି ୨ମାସ ପୂର୍ବରୁ ତାଙ୍କୁ ଏକ ବହୁମୂଲ୍ୟ ହୀରା ମିଳିଥିଲା । ହୀରାକୁ ସେମାନେ ଜିଲ୍ଲା ହୀରା କାର୍ଯ୍ୟାଳୟରେ ଜମା କରିଦେଇଛନ୍ତି । ପନ୍ନାରେ ଏହି ହୀରାକୁ ନିଲାମ କରାଗଲା, ଯେଉଁଠି ତାହାର ମୂଲ୍ୟ ୨.୫୫ କୋଟି ଟଙ୍କା ହେଲା । ଯେଉଁ ଦୁଇ ମଜୁରିଆଙ୍କ ଭାଗ୍ୟ ରାତା ରାତି ବଦଳିଯାଇଥିଲା, ତାଙ୍କ ନାମ ମୋତିଲାଲ ଓ ରଘୁବୀର ।

ଏହି ହୀରାକୁ ଝାନ୍ସୀର ଜ୍ୱେଲର ବିଏସପି ନେତାଙ୍କ ସହ ମିଶି ୬ ଲକ୍ଷ ପ୍ରତି କ୍ୟାରେଟ୍ ହିସାବରେ ସବୁଠାରୁ ଅଧିକ ନିଲାମ ଡାକିଲେ । ହୀରା ୪୨.୯ କ୍ୟାରେଟର ଥିଲା । ଏହି ହିସାବରେ ହୀରାର ମୋଟ୍ ମୂଲ୍ୟ ପାଖାପାଖି ୨.୫୫ କୋଟି ହେଲା । ଗତ ୯ ଅକ୍ଟୋବରରେ ବହୁତ ବର୍ଷ ପରେ ଖଣିରୁ ୪୨.୯ କ୍ୟାରେଟର ହୀରା ବାହାରିଲା । ଏହା ପୂର୍ବରୁ ୪୪.୫୫ କ୍ୟାରେଟ୍ ହୀରା ପନ୍ନା ଖଣିରୁ ବର୍ଷ ୧୯୬୧ରେ ବାହାରିଥିଲା । ଏଥିପାଇଁ ଦୁଇ ମଜୁରିଆଙ୍କୁ ମୋଟ୍ ୨.୩୦ କୋଟି ଟଙ୍କା ଦିଆଯିବ । ଏହି ଟଙ୍କାରେ ସେମାନେ ନିଜ ଭବିଷ୍ୟତର ରୂପରେଖ ନିର୍ଦ୍ଧାରଣ କରିବେ ।