ପ୍ରେମରେ ଅନ୍ଧ ହେବାର କରୁଣ ପରିଣତି ! ସାଙ୍ଗ ନେଲା ସାଙ୍ଗର ଜୀବନ

69

ପ୍ରେମରେ ଅନ୍ଧ ହୋଇ ସାଙ୍ଗ ନେଲା ସାଙ୍ଗର ଜୀବନ । ଜଣେ ୨୪ ବର୍ଷୀୟ ଯୁବକଙ୍କୁ ଦୁଇ ଜଣ ନାବାଳକ ଧାରୁଆ ଅସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ଅଭିଯୋଗ ହୋଇଛି । ମୃତକଙ୍କ ନାମ ହେଲା ସଲମାନ ଓ ସେ ଏକ ଦୋକାନରେ କାମ କରୁଥିଲେ ବୋଲି ଜଣାପଡିଛି । ମୃତକ ଜଣକ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କ ଗାର୍ଲଫ୍ରେଣ୍ଡ ସହ କଥା ହେବା ସହ ନିୟମିତ ମେସେଜ କରୁଥିବାରୁ ଉତ୍ୟକ୍ତ ହୋଇ ସେମାନେ ଏଭଳି କାଂଡ ଘଟାଇଛନ୍ତି ।

ସଲମାନ ଦୁଇ ଅଭିଯୁକ୍ତଙ୍କ ସହ ନିୟମିତ ରୂପେ ମିଳାମିଶା କରୁଥିଲେ ଯଦ୍ୱାରା ଜଣଙ୍କର ଗାର୍ଲଫ୍ରେଣ୍ଡ ସହ ତାର ବନ୍ଧୁତା ସୃଷ୍ଟି ହୋଇଥିଲା । ନିଜ ଗାର୍ଲଫ୍ରେଣ୍ଡ ଫୋନରେ ସଲମାନର ମେସେଜ ଦେଖି ଅଭିଯୁକ୍ତ ସଲମାନଙ୍କୁୁ ସଂନ୍ଦେହ କରିଥିଲା ।

ସଲମାନଙ୍କ ମୃତ ଦେହ ତାଙ୍କ ଘର ନିକଟସ୍ଥ ଦରିଆଗଞ୍ଜ ଠାରୁ ଉଦ୍ଧାର କରାଯାଇଛି । ହତ୍ୟା ଅଭିଯୋଗରେ ସେମାନଙ୍କୁ ଥାନାରେ ଅଟକ ରଖା ଯାଇଥିବା ପୁଲିସ ସୂତ୍ରରୁ ଜଣାପଡିଛି ।

ସଲମାନ ଦୁଇ ଅଭିଯୁକ୍ତଙ୍କ ସହ ନିୟମିତ ରୂପେ ମିଳାମିଶା କରୁଥିଲେ ଯଦ୍ୱାରା ଜଣଙ୍କର ଗାର୍ଲଫ୍ରେଣ୍ଡ ସହ ତାର ବନ୍ଧୁତା ସୃଷ୍ଟି ହୋଇଥିଲା । ନିଜ ଗାର୍ଲଫ୍ରେଣ୍ଡ ଫୋନରେ ସଲମାନର ମେସେଜ ଦେଖି ଅଭିଯୁକ୍ତ ସଲମାନଙ୍କୁୁ ସଂନ୍ଦେହ କରିଥିଲା ଏବଂ ଏକଥା ସେ ଅନ୍ୟ ସାଙ୍ଗକୁ ଜଣାଇଥିଲା । ସୁଯୋଗ ମିଳିଲେ ସଲମାନଙ୍କୁ ଉପଯୁକ୍ତ ଶିକ୍ଷା ଦେବା ପାଇଁ ଦୁଇ ସାଙ୍ଗ ଚିନ୍ତା କରି ତାର ହତ୍ୟାର ଷଡଯନ୍ତ୍ର ରଚିଥିଲେ ବୋଲି କହିଛି ପୁଲିସ ।