ହାଇକୋର୍ଟର ୨ ନୂଆ ବିଚାରପତି : ପଦ ଓ ଗୋପନୀୟତାର ଶପଥ ପାଠ କଲେ ଜଷ୍ଟିସ ଅକ୍ଷୟ ମିଶ୍ର ଓ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ

ହାଇକୋର୍ଟର ୨ ନୂଆ ବିଚାରପତିଙ୍କ ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି

98

କନକ ବ୍ୟୁରୋ : ହାଇକୋର୍ଟର ୨ ନୂଆ ବିଚାରପତି ଆଜି ଶପଥ ନେଇଛନ୍ତି । ସେମାନେ ହେଲେ ଜଷ୍ଟିସ ଅକ୍ଷୟ ମିଶ୍ର ଓ ଜଷ୍ଟିସ ଶତ୍ରୁଘ୍ନ ପୂଜାହାରୀ । ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି ମୁଖ୍ୟ ବିଚାରପତି । ଜଷ୍ଟିସ ପୂଜାହାରୀ ପୂ ର୍ରୁ ଓଡିଶା ହାଇକୋର୍ଟରେ କାର୍ଯ୍ୟ କରିଛନ୍ତି । ସେ ୨୦୧୩ ନଭେମ୍ବର ୨୯ରୁ ୨୦୧୭ ନଭେମ୍ବର ୨୨ ତାରିଖ ଯାଏଁ ଓଡିଶା ହାଇକୋର୍ଟରେ କାମ କରିଥିଲେ । ଏହା ପରେ ତାଙ୍କର ମାଡ୍ରାସ ହାଇକୋର୍ଟକୁ ବଦଳି ହୋଇଥିଲା ।

୧୯୬୦ ମସିହା ସେପ୍ଟେମ୍ବର ୨୪ରେ ସୋନପୁର ଜିଲ୍ଲା ସୁବଳୟା ଗ୍ରାମରେ ଜନ୍ମିତ ଶତ୍ରୁଘ୍ନ ପୂଜାହାରୀ ଏବେ ପୁଣି ହାଇକୋର୍ଟ ବିଚାରପତି ଭାବେ ଯୋଗ ଦେଇଛନ୍ତି । ସେହିପରି ଓଡିଶା ହାଇକୋର୍ଟର ରେଜିଷ୍ଟ୍ରାର ଜେନେରାଲ ଡକ୍ଟର ଅକ୍ଷୟ ମିଶ୍ର ଶନିବାର ଓଡିଶା ହାଇକୋର୍ଟ ବିଚାରପତି ଭାବେ ରାଷ୍ଟ୍ରପତିଙ୍କ ଦ୍ୱାରା ମନୋନୀତ ହୋଇଥିଲେ । ଅନ୍ୟପଟେ ଆଜି ଅପରାହ୍ନରେ ଜଷ୍ଟିସ ସୁଜିତ ନାରାୟଣ ପ୍ରସାଦଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯିବ । ତାଙ୍କର ଝାଡଖଣ୍ଡ ହାଇକୋର୍ଟକୁ ବଦଳି ହୋଇଛି ।