ସହିଦଙ୍କୁ ଅସମ୍ମାନ ! ଜନ୍ମମାଟିରେ ମୃତ ଶରୀରକୁ ଶେଷ ସମ୍ମାନକୁ ଦେବାକୁ ପହଂଚିଲେନି ସରକାରୀ ପ୍ରତିନିଧି

34

କନକ ବ୍ୟୁରୋ : ସହିଦଙ୍କୁ ଅସମ୍ମାନ । କାଶ୍ମୀର ପୁଂଚ ସେକ୍ଟରରେ କ୍ରିଷ୍ଣା ଘାଟିରେ ସହିଦ ହୋଇଥିବା ଦୁଇ ଯବାନଙ୍କ ମରଶରୀରଙ୍କୁ ସେମାନଙ୍କ ନିଜ ଜନ୍ମମାଟିକୁ ଅଣାଯାଇଛି । ପଞ୍ଜାବର ଜନ୍ମମାଟିରେ ସହିଦ ପରମଜିତ ସିଂଙ୍କ ମରଶରୀର ନିଜ ମାଟିରେ ପହଂଚିବା ପରେ ଶେଷ ସମ୍ମାନ ଦେବାକୁ ସରକାରଙ୍କ କୌଣସି ପ୍ରତିନିଧିଙ୍କ ଦେଖାନଥିଲା । ସଂପୂର୍ଣ୍ଣ ମୃତଶରୀର ହସ୍ତାନ୍ତର କରିବାକୁ ପରମଜିତଙ୍କ ଝିଅ ଦାବି କରିଛନ୍ତି । ସେହିଭଳି ଅନ୍ୟଜଣେ ସହିଦ ପ୍ରେମସାଗରଙ୍କ ମରଶରୀର ବି ତାଙ୍କ ନିଜ ଜନ୍ମସ୍ଥାନ ଉତରପ୍ରଦେଶରେ ପହଂଚିଛି ।

ସୋମବାର ସକାଳେ ହିଁ ପ୍ରେମସାଗର ନିଜ ପତ୍ନୀଙ୍କ ସହ କଥାବାର୍ତା କରିଥିଲେ ଗତକାଲି କାଶ୍ମୀରରେ ପାକିସ୍ତାନ ବର୍ଡର ଆକ୍ସନ ଟିମର ଆକ୍ରମଣରେ ୨୨ ଶିଖ୍ ଇନଫାନଟାରୀର ନାଏବ ସୁବେଦାର ପରମଜିତ ସିଂ ଓ ହେଡ କନଷ୍ଟେବଳ ପ୍ରେମସାଗର ସହିଦ ହୋଇଥିଲେ । ପରେ ସହିଦଙ୍କ ମୃତଦେହକୁ ପାକ୍ ଯବାନ କ୍ଷତବିକ୍ଷତ କରିଦେଇଥିଲେ । ଏହାକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଏ ନେଇ ପ୍ରଧାନମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ଅରୁଣ ଜେଟଲୀ ।