ଦୁଇ ଭାରତୀୟ କୃଷକଙ୍କ କିକି ଚ୍ୟାଲେଂଜ ହେଲା ଭାଇରାଲ : ଜମିରେ ହଳ କରୁଥିବା ସମୟରେ କିକି ଚ୍ୟାଲେଂଜ କରି ବନିଲେ ଇଣ୍ଟରନେଟ୍ ସେନସେସନ୍
କାନାଡୀୟ ରାପ୍ ଗାୟକ ଡ୍ରେକଙ୍କ ସୁପର୍ ହିଟ୍ ଆଲବମ୍ ‘ଇନ୍ ମାଇଁ ଫିଲିଙ୍ଗସ୍’ର ‘କିକି’ ଚାଲେଞ୍ଜ୍ ବୋଲି କୁହାଯାଉଥିବା ଗୀତର ତାଳେ ତାଳେ ନାଚିବାକୁ ବିଶ୍ୱବ୍ୟାପୀ ଲୋକେ ଉଦ୍ୟମ ଚଳାଇଥିବା ବେଳେ ଏଇ ଗୀତରେ ନୃତ୍ୟ କରି ଦୁଇଜଣ ତେଲେଙ୍ଗାନା କୃଷକ ଇଣ୍ଟରନେଟରେ ବିଜୟୀ ହୋଇଛନ୍ତି।
୨୪ ବର୍ଷୀୟ ଗୀଲା ଅନୀଲ କୁମାର ଏବଂ ୨୮ ବର୍ଷୀୟ ପିଲ୍ଲୀ ତିରୁପତି ପାଣିକାଦୁଅ ଭରା ଧାନବିଲରେ ହଳ କରିବା ବେଳେ ‘କିକି’ ଚାଲେଞ୍ଜରେ ନୃତ୍ୟ କରୁଥିବା ଭିଡିଓକୁ ୧୬ ନିୟୁତ ଲୋକ ଦେଖି ସାରିଲେଣି। ଖାଲି ସେତିକି ନୁହେଁ, ସେମାନେ ବିଜୟୀ ବୋଲି ଘୋଷଣା କରି ‘କମେଡିଆନ୍’ ଏବଂ ‘ଡେଲି ସୋ’ର ଉପସ୍ଥାପକ ଟ୍ରେଓ୍ଵର ନୋଆଃ ନିଜ ଇନଷ୍ଟାଗ୍ରାମରେ ସେ ଭିଡିଓକୁ ପୋଷ୍ଟ୍ କରିଛନ୍ତି। ଏହାକୁ ବିବେକ ଓବରୋଏଙ୍କ ଭଳି ବଲିଉଡ୍ ସେଲିବ୍ରିଟି ମଧ୍ୟ ପୋଷ୍ଟ୍ କରିଛନ୍ତି।
ଅଗଷ୍ଟ ପହିଲା ଦିନ ସୁଟିଙ୍ଗ୍ ହୋଇଥିବା ଏହି ଭିଡିଓକୁ ନିଜର ଆଞ୍ଚଳିକ ୟୁଟ୍ୟୁବ୍ ଚାନେଲ୍ ‘ମାଇଁ ଭିଲେଜ୍ ସୋ’ରେ ଅପଲୋଡ୍ କରିଛନ୍ତି ଚଳଚ୍ଚିତ୍ର ନିର୍ଦେଶକ ଶ୍ରୀରାମ ଶ୍ରୀକାନ୍ତ। ଚଳନ୍ତା ଗାଡ଼ି ପାଖେ ପାଖେ ନାଚିବାକୁ ପୁଲିସ ବାରଣ କରି ଛାଡ଼ି ଥିବା ମେସେଜ୍ ପଢ଼ିବା ପରେ ସେ ଏହି ନୃତ୍ୟ ପ୍ରତି ଆଗ୍ରହୀ ହୋଇ ଉଠିଥିଲେ। ନେଟରେ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ନୃତ୍ୟ ମଧ୍ୟ ଦେଖିଥିଲେ।
The only #kikichallenge that I approve of! Desi style and completely safe! Mera Bharat Mahaan! #InMyFeelingsChallenge #DesiKiki #Kiki #KiKiHardlyAChallenge pic.twitter.com/HiTXl5bucR
— Vivek Anand Oberoi (@vivekoberoi) August 3, 2018
ତା’ପରେ ସେ ଅନୀଲ ଓ ତିରୁପତିଙ୍କୁ ନିଜ ଯୋଜନା କଥା କହିଥିଲେ। ସେ କହନ୍ତି, ଆମେ ଏହି ନୃତ୍ୟକୁ ନିରାପଦ ଏବଂ ମଜାଳିଆ ଢଙ୍ଗରେ ଉପସ୍ଥାପନ କରିବାକୁ ଚାହିଁଲୁ। ପୂର୍ବରୁ ଉଭୟ ନୃତ୍ୟର ପୂର୍ବାଭ୍ୟାସ କରିଥିଲେ ବି ଭିଡିଓ ସୁଟିଙ୍ଗ୍ ବେଳେ ତା’ ଅପେକ୍ଷା ଢେର୍ ଅଧିକ ଉତ୍ତମ ପ୍ରଦର୍ଶନ କରିଥିଲେ।
ଶ୍ରୀକାନ୍ତ କହନ୍ତି, “ଆମେ ଚିତ୍ରତ୍ତୋଳନ କରୁଥାଉ ଓ ସେ ଦୁହେଁ ନାଚୁ ଥାଆନ୍ତି। ହଠାତ୍ ବଳଦମାନେ ଅଟକି ଗଲେ। ଅନୀଲ୍ ଗୋଟିଏ ବି ବିଟ୍ ମିସ୍ ନ କରି ବଳଦଙ୍କୁ ହଳ କରିବାକୁ ଟିହାଇବାକୁ ଯାଇ କିଛି ନ ହୋଇଥିବା ପରି ପୁଣି ନାଚ କଲା। ଆମେ ବଡ଼ ଭାଗ୍ୟବାନ ବୋଲି ଭାବୁଛୁ” । ଦୁଇ ପ୍ରତିଭାଶାଳୀ ଯୁବକଙ୍କୁ ସ୍ଥାନୀୟ ଟିଭି ଚାନେଲ୍ ଓ କେତେକ ପ୍ରଯଜୋକ ଅନଲାଇନରେ ଆଗ୍ରହ ପ୍ରକାଶ କରିଛନ୍ତି।
Comments are closed.