ନେପାଳର କାଂଚନଜଙ୍ଗା ପର୍ବତ ଉପରେ ଦୁଇ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ, ସୂଚନା ଦେଲା ପିକ୍ ପ୍ରମୋଶନ ହାଇକିଙ୍ଗ କମ୍ପାନୀ

161

ନେପାଳରେ ଦୁନିଆର ତୃତୀୟ ସବୁଠାରୁ ଉଚ୍ଚ ପର୍ବତ କାଂଚନଜଙ୍ଗା ଉପରେ ଦୁଇ ଭାରତୀୟ ପର୍ବତାରୋହୀଙ୍କ ମୃତ୍ୟୁ ହୋଇଛି । ତାଙ୍କ ଯାତ୍ରାର ଆୟାଜନ କରିଥିବା କମ୍ପାନୀ ଏହାର ସୂଚନା ଦେଇଛି । ମୃତ ପର୍ବତାରୋହୀ ହେଉଛନ୍ତି ୪୮ବର୍ଷୀୟ ବିପ୍ଳବ ବୈଦ୍ୟ ଓ ୪୬ବର୍ଷୀୟ କୁନ୍ତଲ କନାର ।

ସୂଚନାଯୋଗ୍ୟ, ବୁଧବାର ରାତିରେ ପ୍ରାୟ ୮ହଜାର ମିଟର ଉଚ୍ଚତାରେ ତାଙ୍କ ମୃତ୍ୟୁ ହୋଇଥିଲା । ପିକ୍ ପ୍ରମୋଶନ ହାଇକିଙ୍ଗ କମ୍ପାନୀର ପାସଙ୍ଗ ଶେରପା କହିଛନ୍ତି କି, ୮,୫୮୬ ମିଟର ଉଚ୍ଚତାରେ କଂଚନଜଙ୍ଗାର ମୁଖ୍ୟ ଶିଖର ଉପରେ ଚଢ଼ିଥିବା ଦୁଇ ଭାରତୀୟଙ୍କ ନିଧନ ହୋଇଯାଇଛି । ତାଙ୍କ କହିବାନୁସାରେ, ବିପ୍ଳବଙ୍କ ମୃତ୍ୟୁ ଶ୍ୱାସ ରୋଗ କାରଣରୁ ହୋଇଛି ଓ କୁନ୍ତଲଙ୍କ ଚଢ଼ିବା ସମୟରେ ରକ୍ତଚାପ ବଢ଼ିଯିବା କାରଣରୁ ହୋଇଛି । ଉଭୟେ କୋଲାକାତା ସହରର ।