ଦୁଇ ଯୁବତୀଙ୍କ ଅଜବ ପ୍ରେମ ! ବିବାହ ପାଇଁ କରାଇଲେ ଲିଙ୍ଗ ପରିବର୍ତ୍ତନ, ଏବେ ପତ୍ନୀ ମାଗୁଛି ଛାଡ଼ପତ୍ର

64

୫ ବର୍ଷ ପୂର୍ବେ ଦୁଇ ଯୁବତୀଙ୍କ ମଧ୍ୟରେ ବନ୍ଧୁତା ହେଲା । କିଛି ସମୟ ପରେ ବନ୍ଧୁତା ପ୍ରେମରେ ପରିବର୍ତ୍ତିତ ହେଲା । ଉଭୟ ପରସ୍ପରଙ୍କୁ ନ ଦେଖି ରହିପାରୁନଥିଲେ । ତା’ପରେ ସେମାନେ ବିବାହ କରିବାର ନିଷ୍ପତ୍ତି ନେଲେ । କିନ୍ତୁ ଉଭୟଙ୍କ ବିବାହକୁ ନା ସମାଜ ଅନୁମତି ଦେଲା ନା ସେତେବେଳର ଆଇନ୍ । ଏହା ଭାବି ଜଣେ ଯୁବତୀ ନିଜର ଲିଙ୍ଗ ପରିବର୍ତ୍ତନ କରାଇ ପୁଅ ବନିଗଲେ । ଏହାପରେ ଦୁହେଁ ବିବାହ କଲେ ।

କିଛି ବର୍ଷ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ ସବୁକିଛି ଠିକ୍ ଚାଲିଲା, କିନ୍ତୁ ଏହାପରେ ଉଭୟଙ୍କ ପ୍ରେମ ଘୃଣାରେ ବଦଳିଗଲା । କାହିଁକିନା ପତ୍ନୀ, ପତିଙ୍କ ଠାରୁ ସନ୍ତୁଷ୍ଟ ହୋଇପାରୁନଥିଲେ । ଏବେ ମାମଲା ଛାଡପତ୍ର ପର୍ଯ୍ୟନ୍ତ ପହଂଚିଗଲାଣି । ସେଥିପାଇଁ ପତ୍ନୀ ଜିଲ୍ଲା ଜଜ୍ ମହିଳା ଏବଂ ବାଳ ସଂରକ୍ଷଣ କାର୍ଯ୍ୟାଳୟରେ ଅଭିଯୋଗ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ସୂଚନାଯୋଗ୍ୟ, ପାଖାପାଖି ୬ମାସ ପର୍ଯ୍ୟନ୍ତ ଦୁଇଜଣ ଯୁବତୀଙ୍କ ଏକ କ୍ୟାମ୍ପରେ ସାକ୍ଷାତ ହୋଇଥିଲା । ସେହି ସମୟରେ ଲିଙ୍ଗ ପରିବର୍ତ୍ତନ କରିଥିବା ଯୁବତୀ ଜଣକ ଶିକ୍ଷକ ଥିଲେ, ଯେବେକି ପତ୍ନୀ ଛାତ୍ରୀ ଥିଲେ । ଶିକ୍ଷିକା ଜଣକ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ଲିଙ୍ଗ ପରିବର୍ତ୍ତନ କରାଇଥିଲେ । ଉଭୟ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କରି ଏକ ଶିଶୁକୁ ପୋଷ୍ୟ ଗ୍ରହଣ କରିଥିଲେ । ଉଭୟଙ୍କ ବିବାଦ ପରେ ଏବେ ଏହି ଶିଶୁ ପାଇଁ ଅସୁବିଧା ସୃଷ୍ଟି ହୋଇଗଲାଣି ।