ଖୁଲମଖୁଲା ରୋମାନ୍ସ ପଡିଲା ମହଙ୍ଗା : କିସ୍ କରିବା ସମୟରେ ଦମ୍ପତିଙ୍କୁ ପିଟିଲେ ମହିଳା

47

ଖୁଲମଖୁଲା ରୋମାନ୍ସ କରିବା ମହଙ୍ଗା ପଡିଲା ଜଣେ ଦମ୍ପତିଙ୍କୁ । ସର୍ବସାଧାରଣ ସ୍ଥାନରେ କିସ୍ କରିବା ସମୟରେ ପାଟେଂଟ୍ ମେଡିସିନ୍ ଦେଇଛନ୍ତି ଦୁଇ ଜଣ ମହିଳା । ଏମିତି ଏକ ଭିଡିଓ ଆସିଛି ଋଷରୁ । ଭିଡିଓରେ ଦେଖିବାକୁ ମିଳିଛି ଉକ୍ତ ମହିଳା ମାନେ କେବଳ ଝିଅଟିକୁ ଟାର୍ଗେଟ୍ କରିଥିଲେ । ଆଉ ନିସ୍ତୁକ ପିଟିଥିଲେ ।

ତେବେ ଘଟଣାଟି ଯେତିକି ଆଶ୍ଚର୍ଯ୍ୟଜନକ ତାଠାରୁ ଅଧିକ ମଜାଦାର ହେଉଛି ଘଟଣା ପଛର କାହାଣୀ । ଶୁଣିବାକୁ ମିଳିଛି ସେହି ମହିଳା ମାନେ ଝିଅଟିକୁ ଏଥିପାଇଁ ଟାର୍ଗେଟ୍ କଲେ କାରଣ ଉକ୍ତ ଝିଅଟି ସେମାନଙ୍କ ମଧ୍ୟରୁ ଜଣକ ବୟଫ୍ରେଣ୍ଡକୁ ଚୋରାଇ ନେଇଥିଲା । ଆଉ ଯାହାର ପରିଣାମ ସ୍ୱରୂପ ରୋମାନ୍ସ ବେଳେ ମାଡ ମିଳିଥିଲା ଫ୍ରି ରେ । ଏବେ ଭିଡିଓଟି ସୋସିଆଲ୍ ମିଡିଆରେ ଅପଲୋଡ ହେବା ପରେ ଭାଇରାଲ୍ ହୋଇସାରିଛି ।

ଦେଖନ୍ତୁ ଏହି ଭିଡିଓ :