ନିଆଁର ଆଁରେ ଶେଷ ଆଲିଙ୍ଗନ ! ମୃତ୍ୟୁ ପୂର୍ବରୁ ପରସ୍ପରକୁ ଆଲିଙ୍ଗନ କରି ଦୁନିଆକୁ ଅଲବିଦା କଲେ ଦୁଇ ମହିଳା ଶ୍ରମିକ

60

ଶନିବାର ଦିଲ୍ଲୀରେ ସୂର୍ଯ୍ୟ ଅସ୍ତ ହେବା ସହ ଲିଭିଯାଇଥିଲା ୧୭ ଗରିବ ଶ୍ରମିକଙ୍କ ଜୀବନଦୀପ । ଜାନୁଆରୀ ୨୦ରେ ଏକ ବାଣ କାରଖାନାରେ ଭୟଙ୍କର ନିଆଁ ଲାଗି ୧୭ ଜଣ ପ୍ରାଣ ହରାଇଛନ୍ତି । ବୱାନା ଶିଳ୍ପାଂଚଳରେ ଥିବା ଏକ ୩ ମହଲା ବାଣ କାରାଖାନାରେ ଏଭଳି ଭୟଙ୍କର ଅଗ୍ନିକାଣ୍ଡ ଘଟଛି ୧୭ ଜଣ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଅଛନ୍ତି । ଏବେ ବି ଅନେକ ଫସିରହିଥିବା ଅନୁମାନ କରାଯାଉଛି । ଗତକାଲି ସନ୍ଧ୍ୟାରେ କାରଖାନାର ଗ୍ରାଉଣ୍ଡ ଫ୍ଲୋରରେ ନିଆଁ ଲାଗିଥିଲା । ବିସ୍ଫୋରଣ ଯୋଗୁଁ ନିଆଁ ଭୟଙ୍କର ରୂପ ନେଇଥିଲା । ଏହା ପ୍ରଥମ ମହଲା ଓ ବେସମେଂଟକୁ ବ୍ୟାପିଯାଇଥିଲା ।

delhifireieଏଭଳି ଭୟଙ୍କର ଅଗ୍ନିକାଣ୍ଡରେ ଅନେକ ପୋଡି ହୋଇ ପ୍ରାଣ ହରାଇଥିବାବେଳେ ଅନ୍ୟ କେତେକଙ୍କର ଶ୍ୱାସରୁଦ୍ଧ ହୋଇ ମୃତ୍ୟୁ ଘଟିଛି । କିଛି ଲୋକ ବାହାରି ନପାରି ଉପର ମହଲାରୁ ଡେଇଁପଡିଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡିତାଲରେ ଭର୍ତି କରାଯାଇଛି । ପ୍ରଥମ ମହଲାରୁ ୧୩ଟି ଓ ଦ୍ୱିତୀୟ ମହଲାରୁ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ଦିଲ୍ଲୀ ସରକାର ଅଗ୍ନିକାଣ୍ଡର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସକାଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଆଜି ସକାଳେ ଘଟଣାସ୍ଥଳ ବୁଲି ଦେଖିଛନ୍ତି ।

ତେବେ ଏହି ଘଟଣାସ୍ଥଳରୁ ଏମିତି ଏକ ହୃଦୟବିଦାରକ ଚିତ୍ର ସାମ୍ନାକୁ ଆସିଛି ଯାହା ଦେଖିଲେ ଆଣଣଙ୍କ ହୃଦୟ ଥରିଉଠିବ ଓ ମନ କାନ୍ଦି ଉଠିବ । ୧୭ ଜଣ ମୃତକଙ୍କ ମଧ୍ୟରୁ ଦୁଇଜଣ ମହିଳାଙ୍କୁ ଏଭଳି ଅବସ୍ଥାରେ ଉଦ୍ଧାର କରାଯାଇଥିଲା ଯାହା ଦେଖି ଅନେକ ଲୋକଙ୍କ ଆଖିରେ ଲୁହ ଆସିଯାଇଥିଲା । ଦୁଇଜଣ ମହିଳା ଆଲିଙ୍ଗନ ମୁଦ୍ରା ସହ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ଯାହା ଦୁଇ ମହିଳାଙ୍କ ଭିତରେ ଥିବା ଭଲପାଇବାକୁ ଦର୍ଶାଉଥିଲା । ଫ୍ୟାକ୍ଟ୍ରିରେ ନିଆଁ ଲାଗିବା ପରେ ଏକାସାଙ୍ଗରେ କାମ କରୁଥିବା ଉଭୟ ମହିଳା ଜୀବନ ବଞ୍ଚାଇବା ପାଇଁ ଅନେକ ପ୍ରଚେଷ୍ଟା କରିଥିବେ କିନ୍ତୁ ନିଆଁର କରାଳ ରୂପ ଦେଖି ଜୀବନ ବଞ୍ଚାଇବା ଆଉ ସମ୍ଭବ ନୁହେଁ ଜାଣି ଶେଷଥର ପାଇଁ ଉଭୟ ପରସ୍ପରକୁ ଆଲିଙ୍ଗନ କରିବା ସହ ଭଗବାନଙ୍କୁ ପ୍ରାର୍ଥନା କରିଥିବେ । କିନ୍ତୁ ସେମାନଙ୍କ ପ୍ରାର୍ଥନା ଭଗବାନଙ୍କ ନିକଟରେ ପହଞ୍ଚିବା ପୂର୍ବରୁ ହିଁ ସେମାନଙ୍କ ଜୀବନଦୀପ ଲିଭି ସାରିଥିଲା । ଶେଷଥର ପାଇଁ ପରସ୍ପରର ହାତ ଧରି ଦୁନିଆକୁ ଅଲବିଦା କରିଥିଲେ ଦୁଇ ମହିଳା । ତେବେ ଏମାନଙ୍କ ପରିଚୟ ଏଯାଏଁ ମିଳିପାରିନାହିଁ ।