ନବରଙ୍ଗପୁର : ବିଜେପି ଅବଜରଭର କହି ଠକୁଥିଲେ, ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ଉମରକୋଟ୍ ପୋଲିସ୍

32

କନକ ବ୍ୟୁରୋ : ନିଜକୁ ବିଜେପି ଅବଜରଭର କହି ଲୋକଙ୍କୁ ଠକୁଥିବା ଦୁଇଜଣଙ୍କୁ ନବରଙ୍ଗପୁର ଜିଲ୍ଲା ଉମରକୋଟ ପୋଲିସ ଦୁଇଜଣଙ୍କୁ ଅଟକ ରଖି ପଚରାଉଚରା କରିଛି । ଏମାନେ ହେଲେ ପାର୍ଥ ଦେ ଓ ରମଣ ମିଶ୍ରା । ନିଜକୁ ବିଜେପିର ଅବଜରଭର ଓ ବିଜେପି ସଭାପତି ଅମିତ ଶାହ ତାଙ୍କୁ ପଠାଇଥିବା କହି ବିଭିନ୍ନ ନିର୍ବାଚନମଣ୍ଡଳୀ ବୁଲୁଥିଲେ । ଟିକେଟ ଦିଆଯିବ କହି ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଆଦାୟ କରୁଥିଲେ ।

ଉମରକୋଟରେ ଗତ ଅକ୍ଟୋବର ମାସରେ ଝରିଗାଁ ନିର୍ବାଚନମଣ୍ଡଳୀର ଜଣେ ଆଶାୟୀ ପ୍ରାର୍ଥୀ ନରସିଂହ ଭତ୍ରାଙ୍କୁୁ ହୋଟେଲେକୁ ଡକାଇ ତାଙ୍କଠାରୁ ୩ ଲକ୍ଷ ଟଙ୍କା ମାଗିନେଇଥିଲେ । ଏ ନେଇ ସେ ଥାନାରେ ଏତଲା ଦେଇଥିଲେ । ଉମରକୋଟକୁ ଏହି ଦୁଇଜଣ ଠକ ଆସିଥିବାବେଳେ ବିଜେପି କର୍ମୀମାନେ ଧରି ପୋଲିସରେ ଜିମା ଦେଇଥିଲେ । ଏ ନେଇ ବିଜେପି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ । ତଦନ୍ତରେ ବାଧା ସୃଷ୍ଟି ହେବା ଦର୍ଶାଇ ପୋଲିସ ମଧ୍ୟ କିଛି କହିବାକୁ ମନାକରିଦେଇଛି ।