ସାତକୋଶିଆ ରାଇଗୁଡା ଏନକ୍ଲୋଜରରୁ ବାହାରିବ ହିଂସ୍ର ବାଘୁଣୀ ସୁନ୍ଦରୀ ! ନଜର ରଖିବାକୁ ସିମିଳିପାଳରୁ ଗଲେ ଦୁଇ ହାତୀ

110

କନକ ବ୍ୟୁରୋ : ବାଘୁଣୀକୁ ଜଗିବ ହାତୀ । ରାଇଗୁଡା ଏନକ୍ଲୋଜରରେ ଥିବା ବାଘୁଣୀ ସୁନ୍ଦରୀକୁ ବାହାର କରିବା ପରେ ତାକୁ ଜଗିବା ପାଇଁ ଶିମିଳିପାଳରୁ ଯାଇଛନ୍ତି ୨ ହାତୀ ମହେନ୍ଦ୍ର ଓ ରାଜକୁମାର । ଏହି ୨ ହାତୀ ସହ ଶିମିଳିପାଳରୁ ୨୩ ଜଣିଆ ବିଶେଷଜ୍ଞ ଦଳ ବି ସାତକୋଶିଆ ଅଭୟାରଣ୍ୟ ଅଭିମୁଖେ ଯାଇଛନ୍ତି । କାହ୍ନା ଅଭୟାରଣ୍ୟରୁ ଆସିଥିବା ସୁନ୍ଦରୀ ସାତକୋଶିଆ ବନ ଅଂଚଳରେ କିଛି ଦିନ ତଳେ ଆତଙ୍କ ଖେଳାଇଥିଲେ ।

ସେ ସେଠାରେ କିଛି ବନ୍ୟଜନ୍ତୁ ଓ ଲୋକଙ୍କୁ ବି ଶୀକାର କରିଥିଲା । କିଛି ଲୋକଙ୍କୁ ଆକ୍ରମଣ କରି ମାରିଥିବା ବି ଅଭିଯୋଗ ହୋଇଥିଲା । ସୁନ୍ଦରୀକୁ କାବୁ କରିବା ପାଇଁ ପ୍ରଶାସନ ଓ ବନବିଭାଗ ନାକେଦମ୍ ହୋଇଥିଲେ । ପରେ ବହୁ କଷ୍ଟରେ ସୁନ୍ଦରୀକୁ କାବୁ କରାଯାଇ ରାଇଗୁଡା ଏନକ୍ଲୋଜରରେ ରଖାଯାଇଛିା । ଏବେ ସୁନ୍ଦରୀକୁ ଏନକ୍ଲୋଜର ବାହାରକୁ ଆଣିବା ପାଇଁ ପ୍ରସ୍ତୁତି ଚଳାଇଛି ବନବିଭାଗ । ଏନକ୍ଲୋଜରରୁ ବାହାରିବା ପରେ ସୁନ୍ଦରୀକୁ ଜଗିବା ପାଇଁ ଏହି ୨ ହାତକୁ ସାତକୋଶିଆ ଅଣାଯାଇଛି ।