ସାଙ୍ଗ ହେବ ତ ଏମିତି ! ଚଲାପଥକୁ ବାଧା ଦେଇପାରିଲାନି ଶାରୀରିକ ଅକ୍ଷମତା, ସାଇକେଲରେ ବୁଲିଲେଣି ୧୦ ହଜାର କିଲୋମିଟର ।

30

ପିଲାବେଳର ଦୁଇ ସାଙ୍ଗ । କିନ୍ତୁ ଜଣଙ୍କର ଗୋଟିଏ ହାତ ନାହିଁ ଏବଂ ଅନ୍ୟ ଜଣଙ୍କର ଗୋଟିଏ ଗୋଡ ନାହିଁ । ଦୁଇଜଣ ଦିବ୍ୟାଙ୍ଗ ଅଟନ୍ତି କିନ୍ତୁ ସାଇକେଲରେ ପାଖାପାଖି ୧୦,୦୦୦ କିଲୋମିଟର ଯାତ୍ରା କରି ପୁରା ଦୁନିଆ ଆଗରେ ଉଦାହରଣ ପାଲଟି ଯାଇଛନ୍ତି । ଦୁଇ ସାଙ୍ଗଙ୍କର ଏହି ରେକର୍ଡ ଲିମକା ବୁକରେ ମଧ୍ୟ ସ୍ଥାନ ପାଇଛି । ଗୋଟିଏ ଗୋଡ ନଥିବା ଘନଶ୍ୟାମ ନିଜର ଗୋଟିଏ ହାତ ଥିବା ସାଙ୍ଗ ମୋତିଲାଲଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି ଯେ, ସେମାନଙ୍କୁ ପାକିସ୍ତାନ, ଚୀନ, ନେପାଳ ଏବଂ ବାଲାଂଦେଶକୁ ସାଇକେଲ ଯାତ୍ରା କରିବା ପାଇଁ ଅନୁମତି ପ୍ରଦାନ କରନ୍ତୁ ।

ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ଗରିୟାବନ୍ଦ ଜିଲ୍ଲାର ଏକ ଛୋଟ ଗାଁ ଲେଟିପାରା । ଏଠାରେ ଏକ ମିଡିଲ ସ୍କୁଲରେ ୪୮ ବର୍ଷୀୟ ଶିକ୍ଷକ ଘନଶ୍ୟାମ ଦେବାଙ୍ଗନ ଯିଏ ଏକ ଲମ୍ବା ରୋଗ କାରଣରୁ ନିଜ ବାମ ଗୋଡ ହରାଇଥିଲେ । ତାଙ୍କୁ ବୋନ କ୍ୟାନସର ହୋଇଥିଲା । ୫ଟି ଅପରେସନ ସରିବା ପରେ ମଧ୍ୟ ତାଙ୍କ ରୋଗ ଭଲ ହୋଇନଥିଲା ତେଣୁ ବାଧ୍ୟ ହୋଇ ତାଙ୍କର ଗୋଡ କଟାଯାଇଥିଲା । ଗୋଡ ହରାଇବା ପରେ ଘନଶ୍ୟାମଙ୍କର ସାଇକେଲ ଯାତ୍ରାର ରେକର୍ଡ ବନାଇବା ନେଇ ସଂକଳ୍ପ ନେଇ ସାରିଥିଲେ । ଆଉ ଏଥି ପାଇଁ ସେ ନିଜ ସାଥୀ ଭାବେ ଗୋଟିଏ ହାତ ନଥିବା ନିଜ ପ୍ରିୟ ସାଙ୍ଗ ମୋତିଲାଲଙ୍କୁ ନେଇଥିଲେ । ମୋତିଲାଲଙ୍କୁ ମଧ୍ୟ ଏକ ଘଟଣାରେ ନିଜର ଗୋଟିଏ ହାତ ହରାଇବା ପାଇଁ ପଡିଥିଲା । କିନ୍ତୁ ସେ ଏହାକୁ ନିଜ ଦୁର୍ବଳତା ବୋଲି କେବେ ଭାବିନଥିଲେ । ଏହି ଦୁଇ ଜଣଙ୍କର ଯୋଡି ୨୦୦୯ ମସିହା ଡିସେମ୍ବର ୩ ତାରିଖରେ ରାୟପୁର ଠାରୁ ପ୍ରସ୍ଥାନ କରିଥିଲା । ଭାରତର ୨୩ଟି ସହରରେ ସାଇକେଲ ଯାତ୍ରା କରିବା ପରେ ୨୦୧୦ ମସିହା ଏପ୍ରିଲ ମାସ ୨୮ ତାରିଖରେ ଏହି ଯାତ୍ରା ଅଟକିଥିଲା । ଅଲଗା ଅଲଗା ସାଇକେଲରେ ଏକା ସହ ଆରମ୍ଭ ହୋଇଥିବା ଏହି ଯାତ୍ରା ୯,୮୦୦ କିଲୋମିଟର ପୁରଣ କରିବା ପରେ ଶେଷ ହୋଇଥିଲା । ଏମାନଙ୍କ ଏହି ପ୍ରୟାସକୁ ଲିମକା ବୁକ ଅଫ ରେକର୍ଡରେ ମଧ୍ୟ ସ୍ଥାନ ଦିଆଯାଇଛି ।