ଚିକିତ୍ସା ପାଇଁ ପଶ୍ଚିମ ବଙ୍ଗରୁ ଏସସିବିକୁ ଆସିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆମ୍ବୁଲାନ୍ସ : ଘଟଣାସ୍ଥଳରେ ଭାଉଭଉଣୀ ମୃତ, ୨ ଗୁରୁତର
କନକ ବ୍ୟୁରୋ : ବାଲେଶ୍ୱର ଜିଲ୍ଲା ସୋର ଥାନା ନିକଟରେ ଆମ୍ବୁଲାନ୍ସ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁସାରେ କୋଲକାତାର ଏଗ୍ରୋ ଥାନା ମିର୍ଜାପୁର ଅଂଚଳର ବୁଲ୍ବୁଲ୍ ବିବି ନାମକ ଜଣେ ମହିଳାଙ୍କୁ ଚିକିତ୍ସା ପାଇଁ କଟକ ଅଣାଯାଉଥିଲା । ଦ୍ରୁତ ବେଗରେ ଆସୁଥିବା ଆମ୍ବୁଲାନ୍ସ ସୋର ନିକଟରେ ରାସ୍ତାକଡରେ ଛିଡା ହୋଇଥିବା ଏକ ଟ୍ରକକୁ ପଛପଟୁ ଧକ୍କା ଦେଇଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଫଳରେ ଘଟଣାସ୍ଥଳରେ ବୁଲବୁଲ ବିବି ଓ ତାଙ୍କ ଭାଇ ଶେଖ୍ ଲିକୋଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ତାଙ୍କ ସହ ଆସୁଥିବା ଅନ୍ୟ ଦୁଇ ସଂପର୍କୀୟ ଇନତାଜ୍ ଖାନ ଓ ପାତେନା ବିବି ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଏହି ଘଟଣା ପରେ ଆମ୍ବୁଲାନ୍ସ ଡ୍ରାଇଭର ଫେରାର ହୋଇଯାଇଛି । ବହୁ ଦିନ ଧରି ବୁଲ୍ବୁଲ୍ ବିବି ବ୍ରେନ ଟ୍ୟୁମରରେ ଆକ୍ରାନ୍ତ ଥିଲେ । ତାଙ୍କ ଚିକିତ୍ସା ପାଇଁ ଭାଇ ଓ ଅନ୍ୟ ଦୁଇ ସମ୍ପର୍କୀୟ କଟକ ଆସୁଥିଲେ ।