ରାଉରକେଲା ବିଶ୍ରା ବ୍ଲକରେ ଆନ୍ଥ୍ରାକ୍ସ ଆତଙ୍କ ! ଦୁଇ ଆକ୍ରାନ୍ତ ମୃତ, ୫ ଗୁରୁତର

47

କନକ ବ୍ୟୁରୋ : ରାଉରକେଲା ବିଶ୍ରା ବ୍ଲକ କପାଟମୁଣ୍ଡା ପଂଚାୟତରେ ଆନ୍ଥ୍ରାକ୍ସ ଆତଙ୍କ । ଆନ୍ଥ୍ରାକ୍ସରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆକ୍ରାନ୍ତ ହୋଇଛନ୍ତି । ଆକ୍ରାନ୍ତଙ୍କୁ ବିଶ୍ରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ରାଉରକଲୋ ସରକାରୀ ହସ୍ପିଟାଲରେ ଚିକିତ୍ସା କରାଯାଇଛି । ମୃତ ୨ ଜଣ ହେଲେ କୁରଲୁଟୋଲାର ଲୁକାସ ମୁଣ୍ଡା ଓ ବାସକୋନାର ଏମାନ ମୁଣ୍ଡା ।

ଅନ୍ୟପଟେ ଆନ୍ଥ୍ରାକ୍ସ ଯେପରି ନବ୍ୟାପିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ପଦକ୍ଷେପ ନିଆଯାଇଛି । ସିଡିଏମଓଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ପ୍ରଭାବିତ ଅଂଚଳ ଯାଇଛନ୍ତି । ଆନ୍ଥ୍ରାକ୍ସ ସଂକ୍ରମିତଙ୍କ ରକ୍ତ ଓ ମାଂସ ନମୂନା ସଂଗ୍ରହ କରାଯାଇ ସୁନ୍ଦରଗଡ ଜିଲ୍ଲା ମୁଖ୍ୟାଳୟକୁ ପଠାଯାଇଥିବା ଆରଜିଏଚ୍ ସିଏମଓ କହିଛନ୍ତି ।

ଏହା ସହ ଦେଖନ୍ତୁ ଏହି ଭିଡିଓ –