ଚୀନ ଓ ପାକିସ୍ତାନକୁ ଚକମା ଦେବାକୁ ଭାରତର ପ୍ରସ୍ତୁତି! ଉତରପ୍ରଦେଶ ଓ ତାମିଲନାଡୁରେ ନିର୍ମାଣ ହେବ ୨ଟି ଡିଫେନ୍ସ କରିଡର, ଡିଫେନ୍ସ ଏକ୍ସପୋରେ ଘୋଷଣା କଲେ ପ୍ରଧାନମନ୍ତ୍ରୀ

52

ବଢିବ ଭାରତର ସାମରିକ ଶକ୍ତି । ତାମିଲନାଡୁ ଓ ଉତରପ୍ରଦେଶରେ ନିର୍ମାଣ ହେବ ୨ଟି ଡିଫେନ୍ସ କରିଡର । ତାମିଲନାଡୁର କାଂଚିପୂରମରେ ଚାଳିଥିବା ଡିଫେନ୍ସ ଏକ୍ସପୋରେ ଏନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ୨ଟି କରିଡର ପ୍ରତିରକ୍ଷା ନିର୍ମାଣରେ ସହାୟକ ହେବ ।ଡିଫେନ୍ସ ଏକ୍ସପୋକୁ ଉଦଘାଟନ କରି ମୋଦି ଆହୁରୀ ମଧ୍ୟ କହିଛନ୍ତି ଯେ, ସେନାର ଜରୁରୀ ଆବଶ୍ୟକତା ପୂରଣ ପାଇଁ କେତେକ କଡା ପଦକ୍ଷେପ ନିଆଯାଇଛି । ୧୧୦ଟି ଲଢୁଆ ବିମାନ କିଣିବା ପାଇଁ ଚୁକ୍ତି ହୋଇଥିବା ସେ ସୂଚନା ଦେଇଛନ୍ତି । ଏହାସହ ଦେଶବାସୀ ଓ ଏହାର ସୀମାକୁ ସୁରକ୍ଷା ଯୋଗାଇଦେବା ସହ ଶାନ୍ତି ବଜାୟ ରଖିବା ପାଇଁ ମଧ୍ୟ ସେ ପ୍ରତିଶୃତିବଦ୍ଧ ଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।

ନଦୀ ବା ସମୁଦ୍ରରୁ ବି ଉଡାଣ ଭରୁଥିବା ଓ ଲ୍ୟାଣ୍ଡ କରୁଥିବା ୟୁଏସ୍-ଟୁ ଏୟାରକ୍ରାଫ୍ଟ ଭାରତରେ ନିର୍ମାଣ ହେବ । ଏନେଇ ମହିନ୍ଦ୍ରା ଗ୍ରୁପ ଓ ଜାପାନର ଶିନମାୟାବା ଇଣ୍ଡଷ୍ଟ୍ରିଜ ମଧ୍ୟରେ ଚୁକ୍ତି ହୋଇଛି । ଏହି ଲଢୁଆ ବିମାନ ସମୁଦ୍ରରେ ୩ମିଟର ଉଚ୍ଚ ଯାଏଁ ଉଠୁଥିବା ଢେଉରେ ମଧ୍ୟ ଅପରେଟ କରିପାରିବ । ତାମିଲନାଡୁ କାଂଚିପୂରମରେ ଚାଲିଥିବା ଡିଫେନ୍ସ ଏକ୍ସପୋରେ ପ୍ରାୟ ୪୦ଟି ଦେଶର ପ୍ରତିନିଧି ଯୋଗ ଦେଇଛନ୍ତି । ସେହିପରି ପ୍ରତିରକ୍ଷା ସରଂଜାମ ନିର୍ମାଣ କରୁଥିବା ୫ଶହରୁ ଅଧିକ ଭାରତୀୟ କମ୍ପାନୀ ଓ ପ୍ରାୟ ୧୫୦ ବିଦେଶୀ କମ୍ପାନୀ ଏଥିରେ ସାମିଲ ହୋଇଛନ୍ତି ।