ଦୁଇ ଦଇତାପତିଙ୍କ ଉପରୁ ନିଲମ୍ବନ ପ୍ରତ୍ୟାହାର ନେଇ ଶ୍ରୀମନ୍ଦିର ପ୍ରଶାସନକୁ ଦଇତାପତି ନିଯୋଗର ଚିଠି

22

ପୁରୀ ବ୍ୟୁରୋ,କନକ ନ୍ୟୁଜ୍ : ନବକଳେବର ସମୟରେ ବ୍ରହ୍ମ ବିଭ୍ରାଟ ପ୍ରସଙ୍ଗ । ନିଲମ୍ବିତ ଦଇତାପତିଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଆଗକୁ ଆସିଲା ଦଇତାପତି ନିଯୋଗ । ୨ ଦଇତାଙ୍କ ନିଲମ୍ବନ ପ୍ରତ୍ୟାହର କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଲା ଦଇତାପତି ନିଯୋଗ । ସ୍ନାନପୂର୍ଣ୍ଣିମା ଆଗରୁ ନିଲମ୍ବନ ଉଠାଇବା ପାଇଁ ଚିଠିରେ ଉଲ୍ଲେଖ ରହିଛି । ଶ୍ରୀଜିଉଙ୍କ ବ୍ରହ୍ମ ପରିବର୍ତନ ସମୟରେ ଉପୁଜିଥିବା ବିଭ୍ରାଟକୁ ନେଇ ଦଇତାପତି ନିଯୋଗର ବରିଷ୍ଠ ଦଇତା କାଶୀନାଥ ଦାସ ମହାପାତ୍ର ଓ ତାଙ୍କ ପୁଅ ଜୟକୃଷ୍ଣ ଦାସମହାପାତ୍ରଙ୍କୁ ନିଲମ୍ବିତ କରିଥିଲା ଶ୍ରୀମନ୍ଦିର ପ୍ରଶାସନ । ତେବେ ନିଲମ୍ବନ ପ୍ରତ୍ୟାହାର ପାଇଁ ଦଇତାପତି ନିଯୋଗ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖିଥିବା ନେଇ ସୂଚନା ଦେଇଛନ୍ତି ଦଇତାପତି ନିଯୋଗର ସଭାପତି ।