ସରକାର ବନାମ ଶଙ୍କରାଚାର୍ଯ୍ୟ ! ତେଜିଲା ୨କୋଟିର ବିବାଦ

25

କନକ ବ୍ୟୁରୋ : ୨ କୋଟିର ବିବାଦ। ସରକାର ବନାମ ଶଙ୍କରାଚାର୍ଯ୍ୟ । ସେବାୟତଙ୍କୁ ସରକାରଙ୍କ ୨ କୋଟିର ପୁରସ୍କାର ନେଇ ସୃଷ୍ଟି ହୋଇଛି ଏଭଳି ସ୍ଥିତି । ବରିଷ୍ଠ ଦଇତାପତି ତଥା ନବକଳେବର ବେଳେ ବିଶ୍ୱାବସୁ ସାଜିଥିବା ବିନାୟକ ଦାସମହାପାତ୍ରଙ୍କ କହିବା କଥା, ରଥ ଉପରେ ଭକ୍ତଙ୍କୁ ଚଢାଇ ନଦେବାରୁ ବ୍ୟାପକ ଆର୍ଥିକ କ୍ଷତି ହୋଇଛି। ଯାହାର ଭରଣା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସୁପାରିଶ କରିଥିଲେ । ସରକାରଙ୍କ ପକ୍ଷରୁ ବି ଏହା ସ୍ପଷ୍ଟ କରାଯାଇଛି । ବିଜେଡି କହୁଛି ଶଙ୍କରାଚାର୍ଯ୍ୟଙ୍କ ସୁପାରିଶ ପରେ ସେବାୟତଙ୍କୁ ଟଂକା ଦିଆଯାଇଛି। ହେଲେ ଜଗତଗୁରୁ ଶଙ୍କରାଚାର୍ଯ୍ୟଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି । ତେବେ ସେବାୟତଙ୍କୁ ସରକାରଙ୍କ ୨ କୋଟି ଟଂକା ଦେବା ପୁରସ୍କାର ନା ସେବାୟତଙ୍କ ଆର୍ଥିକ କ୍ଷତିଭରଣା ତାକୁ ନେଇ ପ୍ରଶ୍ନ ଉଠିଛି ।

ମହାପ୍ରଭୁଙ୍କ ନବକଳେବର ବେଳେ ସେବାୟତ ସରକାରଙ୍କ ନିଦେ୍ର୍ଦଶ ପାଳିଲେ, ରଥ ଉପରେ ଭକ୍ତଙ୍କୁ ଛାଡି ଦେଲେନି । ସୁରୁଖୁରୁରେ ନବକଳେବର ସମ୍ପାଦନ କଲେ । ଏଥିପାଇଁ ସେବାୟତଙ୍କୁ ପୁରସ୍କୃତ କଲେ ସରକାର । ତେବେ ନବକଳେବରରେ ହୋଇଥିଲା ସବୁଠାରୁ ବଡ ବିଭ୍ରାଟ । ନିଷାର୍ଦ୍ଧରେ ନହୋଇ ଦିନରେ ହୋଇଥିଲା ମହାପ୍ରଭୁଙ୍କ ଘଟ ପରିବର୍ତନ। ଆଉ ଏଥିପାଇଁ କାଠଗଡାକୁ ଟଣାହୋଇଥିଲେ ସେବାୟତ। କିନ୍ତୁ ସେବାୟତଙ୍କୁ କ୍ଲିନ ଚିଟ୍ ଦେଇଥିଲା ଶ୍ରୀମନ୍ଦିର ପ୍ରଶାସନ । ଏବେ ସେହି ସେବାୟତଙ୍କୁ ୨ କୋଟି ଟଂକା ଦେଇଛନ୍ତି ସରକାର । ଯାହାକୁ ସମର୍ଥନ କରିଛନ୍ତି ବରିଷ୍ଠ ସେବକ ।