ଗିରଫ ହେଲେ ପଶୁ ଚମଡା ଚୋରା ଚାଲାଣ କରୁଥିବା ଦୁଇ ଅଭିଯୁକ୍ତ । ଜବତ ହେଲା ବାଘ ଛାଲ ଓ ହାଡ ।

ପଶୁ ଚମଡା ଚୋରା ଚାଲାଣ ବେଳେ ଗିରଫ ହେଲେ ଦୁଇ ଅଭିଯୁକ୍ତ ।

181

କନକ ବ୍ୟୁରୋ: ପଶୁ ଚମଡା ଚୋରା ଚାଲାଣ ବେଳେ ଗିରଫ ହେଲେ ଦୁଇ ଅଭିଯୁକ୍ତ । ଏମାନଙ୍କ ପାଖରୁ ବାଘ ଚମଡା ସ ବାଘର ହାଡ ଜବତ କରାଯାଇଛି ।
ଆସାମର ହସିମରା ଅଞ୍ଚଳରୁ ଦୁଇ ଜଣ ଅନ୍ତରାଷ୍ଟ୍ରୀୟ ପଶୁ ଚମଡା ବେପାରୀଙ୍କୁ ଗିରଫ କରିଛି ବନ ବିଭାଗର ସ୍ପେଶାଲ ଟାସ୍କ ଫୋର୍ସ । ଏମାନଙ୍କ ନିକଟରୁ ମହାବଳ ବାଘର ଚମଡା ସହ ହାଡ ଜବତ କରିଛି । ଏହି ବାଘ ଛାଲ ୮ ମାସ ପୁରୁଣା ବୋଲି ଜଣାପଡିଛି । ବନ ବିଭାଗ ପକ୍ଷରୁ କୁହାଯାଇଛି ଯେ ହସିମରା ଅଞ୍ଚଳରେ ବିପୁଳ ବଣ୍ୟ ଜନ୍ତୁଙ୍କର ଚମଡା ଓ ହାଡ ପଡୋଶୀ ଦେଶକୁ ଚାଲାଣ ହେଉଥିବାର ସୂଚନା ମିଳିଥିଲା ।
ଯାହାକୁ ନେଇ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା । ଏହି ଟିମ ଦୁଇ ଜଣ ଚମଡା ବେପାରୀଙ୍କୁ ଗିରଫ କରିଥିଲା । ଏମାନଙ୍କ ପାଖରୁ ୧୪ ଫୁଟ ଲମ୍ବର ବାଘ ଚମଡା ସହ ୧୧୦ଟି ହାଡ ଜବତ କରାଯାଇଛି । ଏହି ପୁରୁଷ ବାଘର ୮ ମାସ ତଳେ ଶିକାର କରାଯାଇଥିଲା । ତେବେ ଏହି ଘଟଣା ପଛରେ କେଉଁ ଶିକାରୀମାନଙ୍କର ହାତ ରହିଛି ତାହାକୁ ନେଇ ବନ ବିଭାଗ ଏବେ ଛାନଭିନ ଚଳାଇଛି ।