କେନ୍ଦ୍ରାପଡା : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଭାଇ ଭଉଣୀଙ୍କ ଚେଙ୍କ ଚିକିତ୍ସା କଲେ ପରିବାର ଲୋକେ

34

କନକ ବ୍ୟୁରୋ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଭାଇ ଭଉଣୀଙ୍କ ଚେଙ୍କ ଚିକିତ୍ସା କଲେ ପରିବାର ଲୋକେ । ଏହି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ମହାକାଳପଡା ବ୍ଲକ ରାମନଗର ଗାଁରେ । ଚେଙ୍କ ଚିକିତ୍ସା ପରେ ଭାଇଭଉଣୀ ଗୁରୁତର ହେବାରୁ ସେମାନଙ୍କୁ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଏବେ ସେମାନେ ସୁସ୍ଥ ହୋଇ ଘରକୁ ଫେରିଥିବା ଜଣାପଡିଛି । ପାରାଦୀପ ଅଂଚଳର କମଳ ସରକାରଙ୍କ ପୁଅ ରାହୁଲ ଓ ଝିଅ ଲକ୍ଷ୍ମୀପ୍ରିୟାର ସ୍ୱାସ୍ଥ୍ୟ ଦୁର୍ବଳ ହେବାସହ ଝାଡା ରୋଗରେ ଆକ୍ରାନ୍ତ ହେଉଥିଲେ । ବିଭିନ୍ନ ସ୍ଥାନରେ ଚିକିତ୍ସା ପରେ ରାହୁଲ ଓ ଲକ୍ଷ୍ମୀ ସୁସ୍ଥନହେବାରୁ ଦୁହିଁଙ୍କୁ ନେଇ କମଳ ଶ୍ୱଶୁର ଘର ରାମନଗର ଗାଁକୁ ଆସିଥିଲେ । ସେଠାରେ ଦୁଇ ଶିଶୁଙ୍କୁ ଚେଙ୍କ ଚିକିତ୍ସା କରିଥିବା ଜଣାପଡିଛି ।