ଭାରତର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବାର ସୈାଭାଗ୍ୟ ପାଇ ପାରିନାହାନ୍ତି ଦୁଇ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀ

60

କନକ ବ୍ୟୁରୋ : ସାରା ଭାରତରେ ପ୍ରତ୍ୟେକ ବର୍ଷ ଅଗଷ୍ଟ ୧୫ ଓ ଜାନୁଆରୀ ୨୬ରେ ପତାକା ଉତ୍ତୋଳନ କରାଯାଏ । ତେବେ ରାଜଧାନୀ ଦିଲ୍ଲୀରେ ଲାଲକିଲ୍ଲାଠାରେ ପତାକା ଉତ୍ତୋଳନ କରାଯାଏ । ଅଗଷ୍ଟ ୧୫ରେ ପ୍ରଧାନମନ୍ତ୍ରୀ ପତାକା ଉତ୍ତୋଳନ କରିଥାଆନ୍ତି । କିନ୍ତୁ ଦେଶର ପ୍ରାଧାନମନ୍ତ୍ରୀ ହୋଇ ମଧ୍ୟ କିଛି ନେତା ପତାକା ଉତ୍ତୋଳନ କରିପାରିନାହାନ୍ତି । ଏପରିକି ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ହୋଇ ମଧ୍ୟ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ମଧ୍ୟ ଜଣେ ପ୍ରଧାନମନ୍ତ୍ରୀ ପାଇ ନାହାଁନ୍ତି । ତେବେ କାହାକୁ ୧୫ ଥରରୁ ଉର୍ଧ୍ୱ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ମିଳିଛି ତ କାହା ଭାଗ୍ୟରେ ଥରୁଟିଏ ଏହି ସୁଯୋଗ ମିଳି ନାହିଁ । ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବା କ୍ଷେତ୍ରରେ ସବୁଠାରୁ ଭାଗ୍ୟବାନ ବ୍ୟକ୍ତି ବା ପ୍ରଧାନମନ୍ତ୍ରୀ । ପଣ୍ଡିତ ନେହେରୁ ୧୯୪୭ରୁ ୧୯୬୪ ମସିହା ମଧ୍ୟରେ ୧୭ ଥର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ତା ପଛକୁ ତାଙ୍କ ସୁଯୋଗ୍ୟ କନ୍ୟା ଇନ୍ଦିରା ଗାନ୍ଧୀ ୧୬ ଥର ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ମନମୋହନ ସିଂହ ୧୦ ଥର ପାଇଁ ଜାତୀୟ ପତାକା ଲାଲକିଲ୍ଲାରେ ଉତ୍ତୋଳନ କରିଛନ୍ତି।

 

ଚତୁର୍ଥ ସ୍ଥାନରେ ଅଛନ୍ତି ଅଟଳ ବିହାରୀ ବାଜପେୟୀ, ଯିଏ ଲାଲକିଲ୍ଲାରେ ୬ ଥର ପାଇଁ ଜାତୀୟ ପତାକା ଉତ୍ତୋଳନ କରିବାର ସୌଭାଗ୍ୟ ପାଇଛନ୍ତି। ସେହିପରି ରାଜୀବ ଗାନ୍ଧୀ ଓ ନରସିଂହ ରାଓ ୫ ଥର ଲେଖାଁଏ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଲାଲ ବାହାଦୂର ଶାସ୍ତ୍ରୀ ,ଚୌଧୁରୀ ଚରଣ ସିଂହ, ବିଶ୍ୱନାଥ ପ୍ରତାପ ସିଂହ, ଏଚ ଡି ଦେବେଗୌଡ଼ା, ଆଇ କେ ଗୁଜରାଲ ପ୍ରଧାନମନ୍ତ୍ରୀ ଭାବେ ଥରୁଟିଏ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତେଳନ କରିବାର ସୁଯୋଗ ପାଇଛନ୍ତି। ତେବେ ଏ କ୍ଷେତ୍ରରେ ଭାରତର ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀ ଦାୟିତ୍ୱ ସମ୍ଭାଳିଥିବା ଗୁଲଜାର ଲାଲ ନନ୍ଦା ଓ ଚନ୍ଦ୍ରଶେଖଣ ନିଶ୍ଚିତ ଭାବେ ବ୍ୟତିକ୍ରମ । ଏହି ଦୁଇଜଣ ପ୍ରଧାନମନ୍ତ୍ରୀ ହେବା ସତ୍ତ୍ୱେ ଲାଲକଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇ ନାହିଁନ୍ତି। ଗୁଲଜାରିଲାଲ ନନ୍ଦା ୧୯୬୪ ମସିହା ମେ ୨୨ ତାରିଖରୁ ଜୁନ ୯ ତାରିଖ ଯାଏ ୧୩ ଦିନ ପାଇଁ ଓ ଦ୍ୱିତୀୟ ବାର ୧୯୬୬ ମସିହା ଜାନୁଆରି ୧୧ ତାରିଖରୁ ୨୪ ତାରିଖ ଯାଏ ୧୩ ଦିନ ପାଇଁ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ସେହିପରି ଚନ୍ଦ୍ରଶେଖର ୧୯୯୦ ମସିହା ନଭେମ୍ବର ମାସ ୧୦ ତାରିଖରୁ ୧୯୯୧ ମସିହା ଜୁନ ମାସ ୨୧ ତାରିଖ ଯାଏ ଭାରତର ପ୍ରଧାନମନ୍ତ୍ରୀ ହୋଇଥିଲେ। ମାତ୍ର ସେମାନଙ୍କ କାର୍ଯ୍ୟାଳୟ ମଧ୍ୟରେ ଅଗଷ୍ଟ ମାସ ୧୫ ତାରିଖ ପଡ଼ି ଥିବାରୁ ଏହି ଦୁଇ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରିବାର ସୁଯୋଗ ପାଇ ନ ଥିଲେ।