ନନ୍ଦନକାନନର ଦୁଇ ନୂଆ ଅତିଥୀ : ୩ଗୁରାଣ୍ଡି ବଦଳରେ ମହୀଶୂରରୁ ଆସିଲେ ହଳେ ଧୂସର ଗଧିଆ

328

କନକ ବ୍ୟୁରୋ : ଗୁରାଣ୍ଡି ଗଲା ଧୂସର ଗଧିଆ ଆସିଲା । ଆଜି ମହୀଶୂରରୁ ଆଫ୍ରିକୀୟ ପ୍ରଜାତିର ବିରଳ ହଳେ ଧୂସର ଗଧିଆ ନନ୍ଦନକାନନ ଆସିଛନ୍ତି । ପ୍ରତିବଦଳରେ ନନ୍ଦନକାନନରୁ ତିନିଟି ଗୁରାଣ୍ଡି ମହୀଶୂରକୁ ପଠାଯାଇଛି । ଗତ ୨୧ ତାରିଖରେ ମହୀଶୂର ଯାଇଥିବା ୮ଜଣିଆ ଟିମ ହଳେ ଧୂସର ଗଧିଆ ଧରି ନନ୍ଦନକାନନକୁ ଫେରିଛନ୍ତି । ଏହି ବିରଳ ପ୍ରଜାତିର ହଳେ ଗଧିଆ ନନ୍ଦନକାନନରେ ଗଧିଆ ବଂଶ ବୃଦ୍ଧି କରିବେ । ଆଗାମୀ ପର୍ଯ୍ୟଟନ ରୁତୁରେ ଏହି ଦୁଇଟି ଗଧିଆ ପର୍ଯ୍ୟଟକଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବେ ।

ମିଳିଥିବା ସୂଚନାରୁ ପ୍ରକାଶ ଯେ, ଆଜି ସକାଳେ ମହୀଶୂରରୁ ଗୋଟିଏ ଅଣ୍ଡିିରା ଓ ଗୋଟିଏ ମାଈ ଗଧିଆଙ୍କୁ ନନ୍ଦନକାନନକୁ ଅଣାଯାଇଛି । ଉଭୟ ଗଧିଆଙ୍କ ବୟସ ପ୍ରାୟ ଅଢ଼େଇ ବର୍ଷ ହେବ ବୋଲି କୁହାଯାଇଛି। ଗଧିଆ ଦୁଇଟି ଆଜି ସକାଳେ ନନ୍ଦନକାନନରେ ପହଞ୍ଚିବା ପରେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ନନ୍ଦନକାନନର ଭେଟେରିନାର  କ୍ୱେରେଣ୍ଟାଇନ୍‌ ପରିସରେ ରଖାଯାଇ ସେମାନଙ୍କ ଉପରେ ନଜର ରଖାଯାଇଛି ।