ନବୀନଙ୍କ ଘରେ କଂଗ୍ରେସ୍ ଭାଇ ! ବିଜେଡିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ୨ ଭାଇ

58

କନକ ବ୍ୟୁରୋ : ନବୀନଙ୍କ ଘରେ କଂଗ୍ରେସ ଭାଇ । ବିଜେଡିରେ ମିଶିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ ୨ ଭାଇ । ପଂଚାୟତ ନିର୍ବାଚନ ପାଖେଇ ଆସୁଛି । ଆଉ ନେତା କର୍ମୀଙ୍କ ଦଳ ବଦଳ ପ୍ରକ୍ରିୟା ମଧ୍ୟ ଯୋର ଧରିଛି । ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଦୁଇ ଭାଇ ଆଜି ବିଜେଡିରେ ସାମିଲ ହୋଇଛନ୍ତି । ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିର ହାତ ଧରିଛନ୍ତି ହେମାନନ୍ଦଙ୍କ ଦୁଇ ଭାଇ କ୍ଷୀରୋଦ ଚନ୍ଦ୍ର ବିଶ୍ୱାଳ ଓ ବିହାରୀ ବିଶ୍ୱାଳ ।

ଝାରସୁଗୁଡା କିରମିରା ବ୍ଲକର କଂଗ୍ରେସ କର୍ମୀମାନେ ମଧ୍ୟ ବିଶ୍ୱାଳ ବ୍ରଦର୍ସଙ୍କ ସହ ବିଜେଡିରେ ମିଶିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ବିଜେଡିର ବିକାଶ କାମ ଯୋଗୁଁ ସେମାନେ ବିଜେଡିରେ ସାମିଲ ହୋଇଥିବା କହିଛନ୍ତି । ଏଥିସହ ଭାଇକୁ ସମର୍ଥନ କରୁଛନ୍ତି, ହେଲେ କଂଗ୍ରେସକୁ ନୁହେଁ ବୋଲି ପ୍ରତିକ୍ରିୟା ଦେଇଛନ୍ତି ବିଶ୍ୱାଳ ବ୍ରଦର୍ସ । ଅନ୍ୟପଟେ ମୁଖ୍ୟମନ୍ତ୍ରୀ କହିଛନ୍ତି କ୍ଷୀରୋଦ ଚନ୍ଦ୍ର ଓ ବିହାରୀ ଚନ୍ଦ୍ର ବିଶ୍ୱାଳ ଦଳରେ ସାମିଲ ହୋଇଥିବାରୁ ଦଳ ମଜବୁତ ହେବ, ସାଂଗଠନିକ ଶକ୍ତି ବଢିବ ।