ମନ ଜିଣିଲେ ଏହି ଦୁଇ ସାଂସଦ ! ଶପଥ ଗ୍ରହଣ ସମାରୋହରେ ସାଇକେଲରେ ମାରିଲେ ଏଣ୍ଟ୍ରି ।
କନକ ବ୍ୟୁରୋ : ଗତକାଲି ନରେନ୍ଦ୍ର ମୋଦୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ଅନେକ ବଡ଼ ବଡ଼ ନେତା, କଳାକାର ଏବଂ ବ୍ୟବସାୟୀମାନେ ସମାରୋହରେ ଯୋଗ ଦେଇଥିଲେ । ତେବେ ୬,୫୦୦ ଅତିଥିଙ୍କ ମଧ୍ୟରେ ଦୁଇ ସାଂସଦଙ୍କ ଏଣ୍ଟ୍ରି ସମସ୍ତଙ୍କଠାରୁ ଭିନ୍ନ ଥିଲା । ସମସ୍ତେ ଦାମୀ କାର ନେଇ ଆସୁଥିବା ବେଳେ ଗୁଜୁରାଟ ଏବଂ ରାଜସ୍ଥାନର ଦୁଇ ବିଜେପି ସାଂସଦ ସାଇକେଲରେ ଏଣ୍ଟ୍ରି ମାରିଥିଲେ । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ।
Kanak News is now on WhatsApp
Join and get latest news updates delivered to you via WhatsApp
ଗୁଜୁରାଟର ବିଜେପି ସାଂସଦ ମନ୍ସୁଖ୍ ଏନ୍ ମଣ୍ଡାଭିଆ ସାଇକେଲରେ ପ୍ରବେଶ କରିଥିବା ବେଳେ ଗତ ୫ବର୍ଷ ହେଲାଣି ସେ ସାଇକେଲ ନେଇ ଲୋକସଭା ଯାଉଥିବା ଜଣା ପଡ଼ିଛି । ତାଙ୍କୁ ସାଇକେଲ ଚଳାଇବା ପସନ୍ଦ ଥିବା ବେଳେ ଏହା ମୋ ପାଇଁ ଫ୍ୟାଶନ ନୁହେଁ ଏହା ମୋର ପସନ୍ଦ ବୋଲି କହିଛନ୍ତି ମନ୍ସୁଖ୍ ଏନ୍ ମଣ୍ଡାଭିଆ । ଅନ୍ୟ ପକ୍ଷରେ, ରାଜସ୍ଥାନର ବିକାନେରରୁ ସାଂସଦ ଥିବା ଅର୍ଜୁନ ରାମ ମେଘଓ୍ଵାଲ ମଧ୍ୟ ସାଇକେଲ ଚଳାଇ ଶପଥ ଗ୍ରହଣ ସମାରୋହରେ ପହଞ୍ଚିଥିବା ଦେଖା ଯାଇଥିଲା ।