ସ୍ୱାଧୀନତା ଦିବସରେ ହୋଇଥାଆନ୍ତା ଭୟଙ୍କର ଆତଙ୍କବାଦୀ ଆକ୍ରମଣ : ଗିରଫ ହେଲେ ଦୁଇ ସନ୍ଦିଗ୍ଧ ବାଙ୍ଗଲାଦେଶୀ

29

କନକ ବ୍ୟୁରୋ : ସ୍ୱାଧୀନତା ଦିବସ ପାଇଁ ଏବେ ସାରା ଦେଶରେ ଚାଲିଛି ପ୍ରସ୍ତୁତି ପର୍ବ । ତେବେ ବର୍ତ୍ତମାନ ସ୍ୱାଧୀନତା ଦିବସକୁ ଟାର୍ଗେଟ କରିଛନ୍ତି ଅନେକ ଆତଙ୍କବାଦୀ ସଂଗଠନ । ଗୁଇନ୍ଦା ବିଭାଗରୁ ଏହାର ସୂଚନା ମିଳିଛି । ସୂଚନା ଅନୁସାରେ ସ୍ୱାଧୀନତା ଦିବସରେ ହୋଇଥାଆନ୍ତା ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଆତଙ୍କବାଦୀ ଆକ୍ରମଣରେ ଅନେକ ଲୋକ ପ୍ରାଣ ହରାଇଥାଆନ୍ତେ । ତେବେ ଏହା ପୂର୍ବରୁ ଉତ୍ତର ପ୍ରଦେଶର ଗୌତମବୁଦ୍ଧ ନଗରରୁ ୨ ଜଣ ସନ୍ଧିଗ୍ଧ ବ୍ୟକ୍ତିକୁ ଗିରଫ କରିଛି ପୋଲିସ୍ । ଗିରଫ ହୋଇଥିବା ଦୁଇ ଜଣ ସ୍ୱାଧୀନତା ଦିବସରେ ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଥିଲେ ବୋଲି ଆଶଙ୍କା କରାଯାଉଛି । ତେବେ ଆକ୍ରମକଣ ନେଇ ଏବେ ଯାଏଁ କିଛି ସ୍ପଷ୍ଟ ହୋଇପାରି ନାହିଁ ।

terrorist-arrested-from-greater-noida

ସୂଚନା ଅନୁସାରେ ଗିରଫ ହୋଇଥିବା ସନ୍ଧିଗ୍ଧ ବ୍ୟକ୍ତି ଦୁଇ ଜଣ ବାଙ୍ଗଲାଦେଶର । କିଛିଦିନ ପୂର୍ବରୁ ସେମାନେ ଭାରତରେ ଅନୁପ୍ରଦେଶ କରିଥିଲେ । ସୂଚନାଯୋଗ୍ୟ ଆଇଏସ୍ ଓ ହିଜବୁଲ ମୁଜାହିଦିନ ବ୍ୟତୀତ ଦିଲ୍ଲୀରେ ଖାଲିସ୍ତାନୀ ଆତଙ୍କବାଦୀଙ୍କ ଆତଙ୍କ ରହିଛି । ବିଗତ ଦିନରେ ଗୁଇନ୍ଦା ବିଭାଗ ତରଫରୁ ସୂଚନା ମିଳିଥିଲା ଖାଲିସ୍ତାନୀ ଆତଙ୍କବାଦୀମାନେ ଭାରତରେ ଅନୁପ୍ରବେଶ କରିଛନ୍ତି । ଏହାପରେ ପୋଲିସ ଆଲର୍ଟ ଜାରି କରିଥିଲା । ଆତଙ୍କବାଦୀ ଷଡ଼ଯନ୍ତ୍ରକୁ ଅସଫଳ କରିବା ପାଇଁ ପୋଲିସ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦେଇଥିଲା । ସଂସଦରେ ସୁରକ୍ଷା ଘେରା ପ୍ରସ୍ତୁତ କରିଥିଲା ପୋଲିସ୍ । ତେବେ ଗିରଫ ହେବା ପରେ ମଧ୍ୟ ଅନ୍ୟ ସନ୍ଦିଗ୍ଧ ଗତିବିଧି ଉପରେ ନଜର ରଖିଛି ପୋଲିସ୍ । ଏବେ ସଂସଦ ଭବନରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିଦିଆଯାଇଛି । ଆଖପାଖରେ ଉଡ଼ନ୍ତା ସନ୍ଦିଗ୍ଧ ବସ୍ତୁ ଦେଖିଲେ ଗୁଳି ମାରି ଖସାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।