ବାଙ୍ଗାଲୁରୁରେ ଏୟାର ସୋ ପୂର୍ବରୁ ଅଘଟଣ ! ପରସ୍ପର ସହ ପିଟିହେଲେ ଦୁଇ ସୂର୍ଯ୍ୟକିରଣ ଏୟାରକ୍ରାଫ,୨ପାଇଲଟ ସୁରକ୍ଷିତ

132

କନକ ବ୍ୟୁରୋ : ବାଙ୍ଗାଲୁରୁରେ ଅଭ୍ୟାସବେଳେ ଦୁଇଟି ସୂର୍ଯ୍ୟକିରଣ ଏୟାରକ୍ରାଫ୍ଟ ପରସ୍ପର ସହ ବାଡ଼େଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଆସନ୍ତାକାଲି ଠାରୁ ବେଙ୍ଗାଲୁରୁରେ ଆରମ୍ଭ ହେଉଛି ଏକ ଏୟାର ସୋ । ୟେଲହଙ୍କା  ଏୟାରପୋର୍ଟରେ ଏୟାର ଶୋ ଚାଲୁଥିବା ବେଳେ ଏହି ଅଘଟଣ ଘଟିଛି । ସୌଭାଗ୍ୟବଶତଃ ଦୁଇ ଜଣ ପାଇଲଟ୍ ଏହି ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ଉଭୟ ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳଥଲେ ମଧ୍ୟ ସେମାନଙ୍କ ଅବସ୍ଥା ଏବେ କିପରି ଅଛି ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ  କ୍ରାସ ହୋଇଥିବା ଦୁଇ ଏୟାରକୟ୍ରାଫ୍ଟ ଏୟ୍ରାର ଶୋରେ ଭାଗ ନେବା ପୂର୍ବରୁ ରିହର୍ସାଲ କରୁଥିଲେ । ତେବେ ଏହି ସମୟରେ ସରସ୍ପର ସହ ଦୁଇ ଏୟାରକ୍ରାଫ୍ଟ ପିଟିହୋଇଯାଇଛି । ବାଙ୍ଗାଲୁରରେ ଆସନ୍ତାକାଲିଠୁ ଏୟାର ଇଣ୍ଡିଆ ୨୦୧୯ ଆୟୋଜିତ ହେବାକୁ ଯାଉଛି । ଯାହାକି ୨୪ ତାରିଖ ଯାଏଁ ଚାଲିବ । ଭାରତୀୟ ବାୟୁସେନା ପକ୍ଷରୁ ଏହି ପାଂଚଦିବସୀୟ ଏୟାର ଶୋ କାର୍ଯ୍ୟକ୍ରମର  ଆୟୋଜନ କରାଯାଉଛି ।

ଚଳିତ ଥର ଏହି ଏୟାର ସୋରେ ରାଫେଲ ବିମାନର ପ୍ରଦର୍ଶନ କରାଯିବ ବୋଲି ସୂଚନା ମିଳିଛି । ଏଥିପାଇଁ ଏୟାର ସୋ ଉପରେ ସମସ୍ତଙ୍କ ନଜର । ରାଫେଲ ବିମାନକୁ ନେଇ ବିଗତ ଦିନରେ ରାଜନୀତି ଜୋର ଧରିଛି । ଏସବୁସତ୍ୱେ ବାୟୁସେନା ପାଇଁ ରାଫେଲ ଅଧିକ ଜରୁରୀ ବୋଲି କହିଛି ବାୟୁସେନା । ଏଥିପାଇଁ ରାଫେଲ ଉଡ଼ାଣ ଉପରେ ସମସ୍ତଙ୍କର ନଜର ।