ବସ୍ ଭିତରେ ଗଣଦୁଷ୍କର୍ମ ପରେ ହତ୍ୟା ଘଟଣା : ଅଭିଯୁକ୍ତଙ୍କୁ ଗିରଫ କଲା ବାଙ୍କୀ ପୁଲିସ୍

52

କଟକ ବ୍ୟୁରୋ , କନକ ନ୍ୟୁଜ୍ : ଦୁଷ୍କର୍ମ ପରେ ପ୍ରମାଣ ଟଷ୍ଟ କରିବା ଉଦେଶ୍ୟରେ ହତ୍ୟାକାଣ୍ଡ । ଯୁବତୀଙ୍କୁ ଅମାନୁଷିକ ଭାବେ ହତ୍ୟା କରିବା ପରେ ମହାନଦୀଙ୍କୁ ଫିଙ୍ଗିଲେ ଦୃର୍ବତ । କଟକ ବାଙ୍କୀର ଏହି ଲୋମହର୍ଷଣକାରୀ ବଳାତ୍କାର ଓ ହତ୍ୟାକାଣ୍ଡ ଉପରୁ ପରଦା ଉଠାଇଛି ପୁଲିସ । ଘଟଣାର ଦୁଇ ଅଭିଯୁକ୍ତ ସନ୍ତୋଷ କୁମାର ସାହୁ ଓ ବିଭୁତି ରାଉତକୁ ଗିରଫ କରିଛି ବାଙ୍କୀ ପୁଲିସ । ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ସାମ୍ନାକୁ ଆସିଛି ହତ୍ୟାକାଣ୍ଡ ପଛର କାହାଣୀ ।

ମାମୁଁ ଘରକୁ ଯାଉଥିବା ଆଠଗଡ଼ ବାଙ୍କୀ ଅଂଚଳ ଜଣେ ୧୭ ବର୍ଷିୟ ଯୁବତୀଙ୍କୁ ବସ ଭିତରେ ହିଁ ବଳାତ୍କାର କରିଥିଲେ ଡ୍ରାଇଭର ଓ କଂଣ୍ଡକ୍ଟର । ଗଣବଳାତ୍କାର ପରେ ପ୍ରମାଣ ନଷ୍ଟ କରିବା ପାଇଁ ହୋଇଥିଲା ଉଦ୍ୟମ । ଡ୍ରାଇଭର ସନ୍ତୋଷ କୁମାର ସାହୁ ଓ କଂଣ୍ଡକ୍ଟର ବିଭୁତି ରାଉତ ପ୍ରଥମେ ପିଟିପିଟି ଯୁବତୀକୁ ହତ୍ୟା କରିବା ପରେ ମହାନଦୀରେ ଫିଙ୍ଗି ଦେଇଥିଲେ । ଗତ ୧ ତାରିଖ ମାମୁଁ ଘରକୁ ଯାଇଥିଲେ ଯୁବତୀ ଜଣକ । କିନ୍ତୁ ସେ ଘରକୁ ଫେରିବା ପରିବର୍ତେ ସୁବର୍ଣ୍ଣପୁର ମହାନଦୀ ବ୍ରିଜ୍ ତଳୁ ମିଳିଳା ଉଦ୍ଧାର ହେଲା ମୃତ ଦେହ । ପରେ ବାଙ୍କୀ ପୁଲିସ ଘଟଣାର ତଦନ୍ତକରି ୨ ଅଭିଯୁକ୍ତକୁ ଗିରଫ କରିବା ସହ ଅପରାଧରେ ବ୍ୟବହାର ହୋଇଥିବା ବସକୁ ଜବତ କରିଛି । ଦିଲ୍ଲୀ ନିର୍ଭୟା କାଣ୍ଡ ଏଯାଏଁ ଲୋକଙ୍କ ମନରୁ ଲିଭିନଥିବା ବେଳେ ଠିକ୍ ଅନୁରୂପ ଘଟଣାଟିଏ ଘଟିଛି କଟକ ଜିଲ୍ଲା ବାଙ୍କୀ ଅଂଚଳରେ।