ଅନୁପମ ଖେରଙ୍କୁ ଜୋକର କହିଲେ ନଶିରୁଦ୍ଦିିନ ଶାହା । ଜବାବରେ ନଶିରୁଦ୍ଦିନଙ୍କୁ ନିଶାଖୋର କହିଲେ ଅନୁପମ, ସିଏଏ ପ୍ରସଙ୍ଗରେ ମୁହାଁମୁହିଁ ହେଲେ ବଲିଉଡର ଦୁଇ ଭେଟେରାନ କଳାକାର ।

514

କନକ ବ୍ୟୁରୋ: ଅତି ଆଶ୍ଚର୍ଯ୍ୟଜନକ ଭାବେ ଏକ ରାଜନୈତିକ ପ୍ରସଙ୍ଗ ବଲିଉଡରେ ଝଡ ସୃଷ୍ଟି କରିଛି । ଏହାର ଉଦାହରଣ ଦେଖିବାକୁ ମିଳିଛି, ଯେତେବେଳେ ମୁହାଁମୁହିଁ ହୋଇଛନ୍ତି, ଦୁଇ ଭେଟରାନ କଳାକାର ନଶିରୁଦ୍ଧିନ ଶାହା ଓ ଅନୁପମ ଖେର । ହିନ୍ଦି ଫିଲ୍ମରେ ଏମାନଙ୍କ ନିଖୁଣ ଅଭିନୟ ହଜାର ହଜାର ଦର୍ଶକଙ୍କୁ ବଡ ପରଦାରେ ବାନ୍ଧି ରଖେ । ହେଲେ ଏବେ ଚର୍ଚ୍ଚାରେ ରହିଛି ଦୁଇ ଅଭିନେତାଙ୍କ ପରସ୍ପର ବିରୋଧରେ ବିଷୋଦଗାର । ଅତି ନିମ୍ନସ୍ତରକୁ ଯାଇ ଜଣେ ଜୋକର ବୋଲି କହିଥିବା ବେଳେ ଅନ୍ୟଜଣେ ନିଶାଖୋର ବୋଲି କହିବାକୁ ପଛେଇ ନାହାନ୍ତି ।

ସେପଟେ ନାଗରିକତା ସଂଶୋଧନ ଆଇନକୁ ନେଇ ଦୁଇ କଳାକାରଙ୍କ ଭିତରେ ଆରମ୍ଭ ହୋଇଛି ବୟାନବାଜି । ମୋଦି ସରକାରଙ୍କ ଜଣେ ପ୍ରଶଂସକ ଭାବେ ଜଣାଶୁଣା ଅନୁପମ ଖେର ସିଏଏକୁ ସମର୍ଥନ କରିଆସୁଛନ୍ତି । ସେଇଥିପାଇଁ ତାଙ୍କୁ ଜଣେ ଜୋକୋର ବୋଲି ସମ୍ବୋଧନ କରିିଥିଲେ ନଶିରୁଦ୍ଧିନ ଶାହା । ଆଉ ଟ୍ୱିଟ୍ କରି ଅତି କଠୋର ଶବ୍ଦରେ ଏହାର ଜବାବ ଦେଇଛନ୍ତି ଅନୁପମ ଖେର । ପ୍ରାୟ ୨ ମିନିଟର ଏକ ଭିଡିଓ ପୋଷ୍ଟ କରି ଅନୁପମ ଖେର ନଶିରୁଦ୍ଦିନଙ୍କୁ ନିଶାଖୋର ବୋଲି କହିଛନ୍ତି ।