ଦଶାନନ ରାବଣକୁ ମିଳିବ କି ଆଧାର କାର୍ଡ ! ଟ୍ୱିଟ୍ କରି ୟୁଆଇଡିଏଆଇ ଦେଲା ମଜାଦାର ଉତ୍ତର

58

ଗତକାଲି ପୂରା ଦେଶରେ ଦେଖିବାକୁ ମିଳିଥିଲା ବିଜୟା ଦଶମୀର ଧୂମ । ଟିଭି ଠାରୁ ଆରମ୍ଭ କରି ଫୋନ ପର୍ଯ୍ୟନ୍ତ ସବୁଠି ଶୁଭୁଥିଲା ବିଜୟା ଦଶମୀ ଓ ରାବଣ ପୋଡିର ଶୁଭେଚ୍ଚା । ଏପରିକି ଫେସବୁକ, ହ୍ୱାଟସଆପ ଓ ଟ୍ୱିଟରରେ ଦୁର୍ଗା ମା ଓ ରାବଣର ଫଟୋ ଛାଇ ହୋଇଯାଇଥିଲା । ପରିବାରବର୍ଗ ଓ ସାଙ୍ଗସାଥୀ ବିଭିନ୍ନ ସୋସିଆଲ ମିଡିଆରେ ଶୁଭେଚ୍ଚା ଜଣାଇଥିଲେ ପ୍ରିୟଜନଙ୍କୁ ।

ସେହିଭଳି ରାବଣ ପୋଡି ଉତ୍ସବ ଓ ବିଜୟାଦଶମୀ ଉପଲକ୍ଷେ ଆଧାରକାର୍ଡ ଅଫିସିଆଲ ଟ୍ୱିଟର ଆକାଉଣ୍ଟରୁ ମଧ୍ୟ ଲୋକଙ୍କୁ ଶୁଭେଚ୍ଛା ଦିଆ ଯାଇଥିଲା । ଦଶାନନ ରାବଣକୁ ଯେପରି ରାମଙ୍କର ଗୋଟିଏ ତୀର ବଧ କରିଥିଲା ଓ ଅଧର୍ମ ଉପରେ ଧର୍ମର ବିଜୟ ହୋଇଥିଲା ଠିକ୍ ସେହିପରି ବିଭିନ୍ନ ଡକ୍ୟୁମେଣ୍ଟ ବଦଳରେ କେବଳ ଆଧାରକାର୍ଡ କିପରି ନିତାନ୍ତ ଅପରିହାର୍ଯ୍ୟ ତାହା ଏହି ଶୁଭେଚ୍ଚା ପତ୍ରରେ ଜଣାଇଥିଲା ୟୁଆଇଡିଏଆଇ । ବିଜୟା ଦଶମୀର ଏହି ଶୁଭେଚ୍ଛା ଟ୍ୱିଟ୍ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

aadhar-card-875ଆଧାରକାର୍ଡ ଅଫିସ ତଥା ୟୁଆଇଡିଏଆଇର ଟ୍ୱିଟକୁ ନେଇ ଏବେ କିଛି ଲୋକ ରାବଣକୁ ଆଧାରକାର୍ଡ ମିଳିବ କି ବୋଲି ପ୍ରଶ୍ନ କରିଛନ୍ତି । ତେବେ ଲୋକଙ୍କର ଏହି ଅବାନ୍ତର ପ୍ରଶ୍ନର ଉତ୍ତର ମଧ୍ୟ ବେଶ ମଜାଳିଆ ଢଙ୍ଗରେ ଦେଇଛି ୟୁଆଇଡିଏଆଇ । ଯେହେତୁ ରାବଣ ଭାରତର ନାଗରିକ ନୁହଁନ୍ତି ତେଣୁ ସେ ଆଧାର କାର୍ଡ ପାଇଁ ଯୋଗ୍ୟ ନୁହଁନ୍ତି । ଏହି ଟ୍ୱିଟକୁ ଶହେରୁ ଅଧିକ ଥର ରି-ଟ୍ୱିଟ୍ କରାଯାଇଛି । ତେବେ ଆଧାରକାର୍ଡ ଅଫିସର ଏହି ଉତ୍ତରକୁ ନେଇ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ ହୋଇଯାଇଛି । କିଛି ଲୋକ ଦେଶରେ ବଢୁଥିବା ଶରଣାର୍ଥୀଙ୍କୁ ନେଇ ପ୍ରଶ୍ନ କରିଥିଲେ । ସେମାନଙ୍କୁ କଣ ଆଧାରକାର୍ଡ ମିଳିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ । ତା ଛଡା ଆଉ କିଛି ଲୋକ କହିଥିଲେ ରାବଣଙ୍କର ୧୦ଟି ମୁଣ୍ଡ ଥିଲା ସେଥିପାଇଁ କ’ଣ ଦଶାନନଙ୍କୁ ୧୦ଟି ଆଧାରକାର୍ଡ ମିଳିଥାନ୍ତା କି ବୋଲି ଅବାନ୍ତର ପ୍ରଶ୍ନ କରିଛନ୍ତି ।

ଟ୍ୱିଟର ଯୁଦ୍ଧରେ ଆଉ ଜଣେ ଲୋକ ମଇଦାନକୁ ଓହ୍ଲାଇ କହିଥିଲେ, ଏହି ଟ୍ୱିଟ୍ ପାଇଁ ଆଧାରକାର୍ଡର ସୋସିଆଲ ମିଡିଆ ଟିମ ସମସ୍ତ ସଦସ୍ୟଙ୍କୁ ଗୋଟିଏ ଗୋଟିଏ ମିଠା ପ୍ୟାକେଟ ଦେବା ଆବଶ୍ୟକ । ଅନ୍ୟ ଜଣେ ଟ୍ୱିଟର ବ୍ୟବହାରକାରୀ କହିଥିଲେ ଯେ, ରାବଣ ଯଦି ପ୍ରତି ମୁଣ୍ଡ ପିଛା ୫୦୦ ଟଙ୍କା ଦେଇଥାନ୍ତେ ତେବେ ତାଙ୍କୁ ମଧ୍ୟ ଭାରତରେ ଆଧାରକାର୍ଡ ମିଳିଯାଇଥାନ୍ତା । କିଛି ଲୋକ ଅଧାରକାର୍ଡର ଟ୍ୱିଟକୁ ଦିନର ସବୁଠାରୁ ବେଷ୍ଟ ଟ୍ୱିଟ୍ ବୋଲି ଅଭିହିତ କରିଥିଲେ ।