ରାହୁଲ ଦ୍ରାବିଡ ହୁଅନ୍ତୁ ଦେଶର ପ୍ରଧାନମନ୍ତ୍ରୀ ! ଜାଣନ୍ତୁ କାହିଁକି ଟ୍ୱିଟରରେ ଉଠିଲା ଦାବି

27

ଭାରତୀୟ ଜୁନିୟର କ୍ରିକେଟ ଟିମର ମୁଖ୍ୟ କୋଚ ତଥା ପୂର୍ବତନ କ୍ରିକେଟର ରାହୁଲ ଦ୍ରାବିଡଙ୍କ ସରଳପଣିଆ ପ୍ରଂଶସକଙ୍କୁ ଖୁବ ପ୍ରଭାବିତ କରିଛି । ଏପରିକି ଏବେ ରାହୁଲଙ୍କୁ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଅଧିକାଂଶ ପ୍ରଂଶସକ ସୋସିଆଲ ମିଡିଆରେ ଖୋଲାଖୋଲି ମତ ରଖିଛନ୍ତି । ଏହା ପଛର କାରଣ ହେଉଛି ରାହୁଲଙ୍କ ସରଳପଣିଆ । ୧୯ ବର୍ଷରୁ କମ ଜୁନିୟର ବିଶ୍ୱକପ ଭାରତ ବିଜୟୀ ହେବା ପଛରେ ରାହୁଲଙ୍କ ଯଥେଷ୍ଟ ଅବଦାନ ରହିଛି । ଏପରିକି ଜୁନିୟର ବିଶ୍ୱକପ ବିଜୟ ପରେ ବିସିସିଆଇ ପ୍ରତ୍ୟେକ ଖେଳାଳିଙ୍କ ପାଇଁ ୩୦ ଲକ୍ଷ, କୋଚ ଦ୍ରାବିଡଙ୍କ ପାଇଁ ୫୦ ଲକ୍ଷ, ଓ ଅନ୍ୟ ସପୋର୍ଟ ଷ୍ଟାଫଙ୍କୁ ୨୦ ଲକ୍ଷ ଟଙ୍କା ଦେବାକୁ ଘୋଷଣା କରିଥିଲା । କିନ୍ତୁ ସମସ୍ତ ସହଯୋଗୀ ଷ୍ଟାଫଙ୍କୁ ସମାନ ପୁରସ୍କାର ରାଶି ଦେବାକୁ ବିସିସିଆଇକୁ ଅନୁରୋଧ କରିଥିଲେ ଦ୍ରାବିଡ । ଏପରିକି ତାଙ୍କୁ ମଧ୍ୟ ସପୋର୍ଟ ଷ୍ଟାଫଙ୍କ ସହ ସମାନ ପୁରସ୍କାର ରାଶି ଦେବା ପାଇଁ କହିଥିଲେ ଦ୍ରାବିଡ । ଆଉ ଦ୍ରାବିଡଙ୍କ ଅନୁରୋଧ ରକ୍ଷା କରି ବିସିସିଆଇ ମଧ୍ୟ ସମସ୍ତ ଷ୍ଟାଫଙ୍କୁ ୨୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା କରିଥିଲା ।

ଦ୍ରାବିଡଙ୍କ ଏଭଳି ଉଦ୍ୟମ କ୍ରିକେଟପ୍ରେମୀଙ୍କ ମନ ଜିଣିବା ସହ ଖୁବ ପ୍ରଭାବିତ ମଧ୍ୟ କରିଥିଲା । ଏଥିପାଇଁ ଭାରତୀୟ କ୍ରିକେଟ ଟିମର ୱାଲ ଏବଂ ମିଷ୍ଟର ରିଲାଇବଲ କୁହାଯାଉଥିବା ରାହୁଲଙ୍କୁ ସୋସିଆଲ ମିଡିଆରେ ଖୁବ୍ ପ୍ରଂଶସା କରାଯାଉଛି । ଏପରିକି କିଛି ପ୍ରଂଶସକ ରାହୁଲଙ୍କୁ ଭାରତର ଅଗାମୀ ପ୍ରଧାନମନ୍ତ୍ରୀ କରିବାକୁ କହିଛନ୍ତି । ସଙ୍ଗୀତ ନିର୍ଦ୍ଦେଶକ ବିଶାଲ ଟ୍ୱିଟ୍ କରି ରାହୁଲଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ମତ ରଖିଛନ୍ତି । ଏହାସହ ସେ କହିଛନ୍ତି ଏହି କଥା ଅନେକ ଲୋକଙ୍କୁ ଅଡୁଆ ଲାଗିପାରେ କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ପଦ ପାଇଁ ଏବେ ରାହୁଲଙ୍କ ଭଳି ଜଣେ ବ୍ୟକ୍ତି ଆବଶ୍ୟକ । କେବଳ ବିଶାଳ ନୁହେଁ ଆହୁରି ଅନେକ ଫ୍ୟାନ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଦେଖିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି । ଜଣେ ପ୍ରଂଶସକ ଟ୍ୱିଟ୍ କରି କହିଛନ୍ତି, ରାହୁଲଙ୍କୁ ଯେଉଁ ଦଳ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତି ନେବେ ସେହି ଦଳକୁ ସେ ଭୋଟ ଦେବେ ବୋଲି କହିଛନ୍ତି ।