ଟ୍ୱିଟରର ବଡ ନିଷ୍ପତି ! ଏବେ ଘଣ୍ଟା ପ୍ରତି ହିସାବରେ କରିପାରିବେ ଟ୍ୱିଟ୍ ।

27

ସୋସିଆଲ୍ ମିଡିଆରେ ବଢୁଥିବା ମିଥ୍ୟା ଖବରର ପ୍ରଚାର ଏବଂ ପ୍ରସାରକୁ ନେଇ ମାଇକ୍ରୋବ୍ଲଗିଙ୍ଗ୍ ସାଇଟ୍ ଟ୍ୱିଟର ବଡ ଫଇସଲା ଉଠାଇବାକୁ ଯାଉଛି । ତେବେ ଏହି ଫଇସଲା ଅନୁସାରେ କମ୍ପାନୀ ନୂଆ ପଲିସି ଶେୟାର୍ କରିଛି ଏବଂ ଟ୍ୱିଟ୍ କରିବା,ଲାଇକ୍ କରିବା ଏବଂ ଫଲୋ କରିବାର ସୀମାକୁ ମଧ୍ୟ ଧାର୍ଯ୍ୟ କରିଛି । ଏହାର ବିବରଣୀ ଟ୍ୱିଟର ନିଜର ବ୍ଲଗ୍ ପୋଷ୍ଟ୍ ଜରିଆରେ ଦେଇଛି । ଟ୍ୱିଟରରେ ଏହି ବ୍ଲଗରେ ଲେଖାଅଛି ଯେ ଏହି ପଦକ୍ଷେପରେ ଅଭିନେତା ତଥା ସମ୍ଭ୍ରାନ୍ତ ଲୋକଙ୍କୁ ମିଳୁଥିବା ଅଶ୍ଲିଳ କମେଣ୍ଟରୁ ମୁକ୍ତି ମିଳିପାରିବ ।

ଟ୍ୱିଟର ଏହି ନୂଆ ପଲିସି କ’ଣ ଏବଂ ଏହା କେବେଠାରୁ ଲାଗୁ ହେବ?

ଟ୍ୱିଟରର ନୂଆ ପଲିସି ସେପ୍ଟେମ୍ବର ୧୦ ୨୦୧୮ ତାରିଖରୁ ଲାଗୁ ହେବ । ଏହାପରେ ଟ୍ୱିଟ୍,ରି-ଟ୍ୱିଟ୍,ଲାଇକ୍ସ,ଫଲୋ ଏବଂ ମେସେଜ୍ କରିବାର ସୀମାକୁ ୩ ଘଣ୍ଟାରେ ୩୦୦ ଟ୍ୱିଟ୍ ପର୍ଯ୍ୟନ୍ତ ସୀମିତ ରଖାଯିବ । ଏହା ସହ ୨୪ ଘଣ୍ଟାରେ କେବଳ ୧୦୦୦ ଟ୍ୱିଟକୁ ଲାଇକ୍ ଏବଂ ୧୦୦୦ ଲୋକଙ୍କୁ ଫଲୋ କରିହେବ । ଏହା ସହ ୨୪ ଘଣ୍ଟାରେ ୧୫,୦୦୦ ଲୋକଙ୍କୁ ଡାଇରେକ୍ଟ ମେସେଜ୍ କରିହେବ ।

ଏହା ଦ୍ୱାରା କାହାର କ୍ଷତି ହେବ?

ତେବେ ଟ୍ୱିଟରର ଏହି ପଦକ୍ଷେପରେ ସେଲିବ୍ରିଟିଙ୍କ ହିଁ କ୍ଷତି ହେବ । ଯାହାଙ୍କ ଆକାଉଣ୍ଟ ଖୋଲୁ ଖୋଲୁ ଲକ୍ଷ ଲକ୍ଷ ଫଲୋଅର୍ସ ହୋଇଯାନ୍ତି । ସେମାନଙ୍କ ପାଇଁ ଏହି ନିଷ୍ପତି ହାନିକାରକ ଅଟେ । ଏହି ପଲିସିରେ ଗୁଜବ ଖବର ପ୍ରସାର ଏବଂ ପ୍ରଚାର ଉପରୁ ରୋକ ଲାଗିବ ।