ଟ୍ୱିଟର ଆଣିବ ନୂଆ ଫିଚର ! ନିଜ ଟ୍ୱିଟ୍ କୁ କରିପାରିବେ ବୁକମାର୍କ

41

ବର୍ତ୍ତମାନ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟାର ନୂଆ ଯୁଗ । ସମଗ୍ର ବିଶ୍ୱବାସୀ ଆଜି ସୋସିଆଲ ମିଡିଆ ପ୍ରଭାବରେ ଗୋଟିଏ ମଂଚରେ ଠିଆ । ଏବେ ଡିଜିଟାଲ ଡିଭାଇସ ପଦ୍ଧତିକୁ ଗ୍ରହଣ କରିବା ପାଇଁ ବେଶ ଇଚ୍ଛା ପ୍ରକାଶ କରୁଛନ୍ତି ବ୍ୟବହାରକାରୀ । ଏଥିପାଇଁ ସୋସିଆଲ ମିଡିଆ ଦିନକୁ ଦିନ ନୂଆ ପଦ୍ଧତି ଆପଣାଇବା ପାଇଁ ଭିନ୍ନ ଭିନ୍ନ ଉପକରଣ ନେଇ ଆସୁଅଛି । ସେହିପରି ବର୍ତ୍ତମାନ ସୋସିଆଲ ନେଟୱାର୍କିଂ ୱେବସାଇଟ୍ ଟ୍ୱିଟର ଏକ ନୂଆ ଫିଚର ଖୁବ ଶୀଘ୍ର ଯୋଗାଇ ଦେବା ପାଇଁ ବ୍ୟବସ୍ଥା ଜାରି ରଖିଛି ।

ଏହା ପୂର୍ବରୁ ଟ୍ୱିଟର ଗ୍ରାହାକଙ୍କ ନିମନ୍ତେ ଅକ୍ଷରର ସୀମାରେଖା ୧୪୦ ରୁ ୨୮୦ ପର୍ଯ୍ୟନ୍ତ ବୃଦ୍ଧି କରିଥିଲା । ଏଥିପାଇଁ ଅନେକ ବ୍ୟବହାରକାରୀ ଏହି ସୁବିଧା ପାଇଁ ସ୍ୱାଗତ ଜଣାଇଥିଲେ । ଏବେ ପୁଣି ଥରେ ଟ୍ୱିଟର ସାଇଟରୁ ଅନ୍ୟ ଏକ ନୂଆ ଫିଚର ଉପଲବ୍ଧ ହେବ ବୋଲି ଶୁଣାଯାଉଛି । ସାଧାରଣତଃ ଏହି ଫିଚରକୁ ଏବେ ‘ବୁକମାର୍କ’ ନାମ ଦେଇ ପରୀକ୍ଷଣ ହେଉଥିବା ସୂଚନା ମିଳୁଛି । ଏହି ସୁବିଧା ଉପଲବ୍ଧ ହେବା ଦ୍ୱାରା ପ୍ରାୟ ୩୦ ହଜାର ଗ୍ରାହକ ତାଙ୍କ ନିଜସ୍ୱ ସୁବିଧା ଅନୁଯାୟୀ ଟ୍ୱିଟ୍ ହୋଇଥିବା ମେସେଜକୁ ପଢିବା ପାଇଁ ସୁଯୋଗ ପାଇ ପାରିବେ ।

ଟ୍ୱିଟର ନିର୍ମାଣକାରୀ ଡିଜାଇନର ଟିନା କାୟାମା, ଏହି ସୂଚନା ନିଜେ ଦେଇଛନ୍ତି । ସେ ନିଜେ ଟ୍ୱିଟ୍ କରି ଲେଖିଥିଲେ ଯେ, ତାଙ୍କ ଟିମ୍ ‘ସେଭଫରଲାଟର’ ତରଫରୁ ଏହି ସୂଚନା ମିଳିଛି । ଆମେ ଆମ ସୁବିଧାକୁ ‘ବୁକମାର୍କ’ ନାମରି ନାମିତ କରୁଛୁ । କାରଣ ଏହି ଶଦ୍ଦ ସାଧାରାଣତଃ ସାମଗ୍ରୀକୁ ସୁବିଧା ଦେବା ପାଇଁ ବ୍ୟବହାର କରିଥାଆନ୍ତି । ନେଭିଗେସନରେ ଉପଲବ୍ଧ ରହିଥିବା ଅନ୍ୟ ସେବା ଗୁଡିକ ସହ ଏହାର ନାମ ଠିକ ଭାବରେ ଯୋଡି ହେଉଛି ।

କାୟାମାଙ୍କ କହିବା ଅନୁସାରେ, ଆପଣମାନେ ଆମକୁ ସୂଚନା ଦେଇଥିଲେ ଯେ ଯେ ଆପଣ ଟ୍ୱିଟରରେ ବୁକମାର୍କ କରିବାକୁ ଚାହୁଁଛନ୍ତି । କାରଣ ଟ୍ୱିଟ୍ ପରେ ପୁଣି ଥରେ ଆପଣ ସେହି ମେସେଜ ପଢିପାରିବେ । ସେଥିପାଇଁ ଏହି କଥାକୁ ନଜରରେ ରଖି ଏହି ଫିଚର ଡିଜାଇନକୁ ତିଆରି କରାଯାଉଛି । ଟ୍ୱିଟର ବ୍ୟବହାରକାରୀମାନେ ଯେଉଁ ସୁବିଧା ମାଗୁଥିଲେ ସେଥିମଧ୍ୟରୁ ବୁକମାର୍କ ଫିଚର ମଧ୍ୟ ଏକ । ଗତମାସ ଟ୍ୱିଟର ଉପାଧ୍ୟକ୍ଷ କିଥ କିଲେମନ ଏହି ସୁବିଧା ବାବଦରେ ଘୋଷଣା କରିଥିଲେ । ଏହା ବତ୍ତମାନ ଟିମ୍ ‘ସେଭଫରଲାଟର’ କାମ ଜାରି ରଖିଛି ।

( ସୌଜନ୍ୟ-ଜୀନ୍ୟୁଜ୍)