ଆପଣ ଟ୍ୱିଟରରୁ କରିପାରିବେ ରୋଜଗାର! ଜାଣନ୍ତୁ, ଏହି ସୋସିଆଲ ସାଇଟରୁ କିଭଳି ରୋଜଗାର କରିହେବ ଟଙ୍କା ?

41

ଆପଣ ସୋସିଆଲ ମିଡିଆରେ ଅନେକ ସମୟ ଅତିବାହିତ କରିଥାନ୍ତି । ଏହାସହ ଅନେକ ଆପ ସଫ୍ଟୱେର ଭଳି ଟେକ୍ନୋଲୋଜିକୁ ବ୍ୟବହାର କରୁଥିବେ ଆପଣ । ଏଭଳିକି ଆପଣ ପଇସା ରିଡମେ କରିବା ପାଇଁ ଅନେକ ଆପ ବାହାରିଛି । କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଆପଣ ବ୍ୟବହାର କରୁଥିବା ଟ୍ୱିଟର ମଧ୍ୟ ଆପଣଙ୍କୁ ଦେଇପାରିବ ଲକ୍ଷାଧିକ ଟଙ୍କା । ଆପଣ କେବଳ ଟ୍ୱିଟରରେ ଲାଇକ କି କମେଣ୍ଟ କରନ୍ତୁ ନାହିଁ । କାରଣ ଟ୍ୱିଟର ଦେଉଛି ରୋଜଗାର ଏକ ନୂଆ ଉପାୟ । ଆପଣ ଯଦି ଜଣେ ଟ୍ୱିଟର ବ୍ୟବହାରକାରୀ ତେବେ ଆପଣ ମଧ୍ୟ ଟ୍ୱିଟର ଆପ ଜରିଆରେ ରୋଜଗାର କରିପାରିବେ ଲକ୍ଷାଧିକ ଟଙ୍କା ।
ଟ୍ୱିଟର ଆପରେ ଆପଣଙ୍କ ପ୍ରତ୍ୟେକ ଦିନର ଘଟଣାବଳୀକୁ ଭିଡିଓ, ଜିଆଏଫ, ଫଟୋ କିମ୍ବା କମେଣ୍ଟ ପୋଷ୍ଟ କରୁଥିବେ ନିଶ୍ଚିନ୍ତ । ଏବଂ ଆପଣଙ୍କର ପସନ୍ଦ ଓ ନା ପସନ୍ଦର ଘଟଣା ଗୁଡିକ ସେୟାସ କରୁଥିବେ ସ୍ୱାଭାବିକ । ହେଲେ ଏହି ସେୟାର ହି ଆପଣଙ୍କୁ ଟଙ୍କା ରୋଜଗାର କରିବାର ପନ୍ଥା ଯୋଗାଇବ ବୋଲି କେବେ ଆପଣ ଭାବି ନଥିବେ । ଆପଣଙ୍କର ଯଦି ଟ୍ୱିଟର ଫଲୋଅର୍ସ ସଂଖ୍ୟା ଅଧିକ ତେବେ ଆପଣଙ୍କ ପାଇଁ ରୋଜଗାର ପନ୍ଥା ଅତି ସହଜ ହେବ ।

twitter
image courtesy-http://www.mobyaffiliates.com

କେମିତି କରିବେ ଟ୍ୱିଟରରେ ରୋଜଗାର?

ପ୍ରଥମେ ଆପଣ ଟ୍ୱିଟର ଆପର ହେଲ୍ପ ସେଣ୍ଟର ଯାଇ ସେଠାରେ ଥିବା ମାର୍କେଟିଙ୍ଗ ଓ ବିଜନେସ ଭଳି ଦୁଇଟି ଅପ୍ସନ ମିଳିବ । ଏହା ପରେ ଆପଣ ଏହି ଦୁଇଟିରୁ ଯାହାକୁ ଚୟନ କରିବେ ତାହା ମଧ୍ୟମରେ ଟଙ୍କା ରୋଜଗାର କରିପାରିବେ । ତେବେ ଏଥିପାଇଁ ଆପଣଙ୍କୁ ପ୍ରଥମେ ଏକ କ୍ୟାମ୍ପେନିଂ କରିବା ପାଇଁ ପଡିବ । ଯେଉଁଥିରେ ଆପଣ କେଉଁ ପ୍ରକାର ମାର୍କେଟିଂ କି ବ୍ୟବସାୟ କରିବା ପାଇଁ ଚାହୁଛନ୍ତି ଏବଂ କେତେ ଟଙ୍କାର ବ୍ୟବସାୟ ଆରମ୍ଭ କରିବେ କି ଆଉ କେଉଁ କମ୍ପାନୀର ପ୍ରଚାର କରି ଟଙ୍କା କମାଇବେ ସେ ସବୁର ସୁବିଧା ଯୋଗାଇ ଦେଉଛି ଟ୍ୱିଟର । ଏହି ପ୍ରକ୍ରିୟାରେ ଆପଣଙ୍କୁ ଏକ ଟାର୍ଗେଟ ମିଳିବ ଯାହାକି ବିଦେଶୀ କମ୍ପାନୀ ଠାରୁ ଆପଣଙ୍କ କ୍ରେଡିଟ୍ କାର୍ଡ ଓ ଡେବିଟ କାର୍ଡରେ ଟଙ୍କା ପାଇପାରିବେ ।

twitter
source-http://techloy.com

କେଉଁ ମାନେ ପାଇବେ କେତେ ଟଙ୍କା?
ଟ୍ୱିଟରରେ ରୋଜଗାର କରିବାକୁ ହେଲେ ଆପଣଙ୍କ ପାଖରେ ସର୍ବନିମ୍ନ ୨ ହଜାର ଫଲୋଅର୍ସ ଥିବା ଆବଶ୍ୟକ । ଏବଂ ଏହାପରେ ମଧ୍ୟ ୪ଟି କାଟାଗୋରୀ କରିଛି ଟ୍ୱିଟର

କାଟାଗୋରୀ ଏ+ରେ – ( ୫ଲକ୍ଷ ଫଲୋଅର୍ସ ଥିବା ଲୋକଙ୍କୁ ମିଳିବ ୧ଲକ୍ଷ ଟଙ୍କା

କାଟାଗୋରୀ ବି ରେ – ( ୧ ଲକ୍ଷରୁ ୫ଲକ୍ଷ ଫଲୋଅର୍ସ ଲୋକଙ୍କୁ ୫୦ ହଜାରରୁ ୧ ଲକ୍ଷ ଟଙ୍କା

କାଟାଗୋରୀ ସି – ( ୫୦ ହଜାର- ୧ଲକ୍ଷ ଫଲୋଅର୍ସ ଲୋକଙ୍କୁ ୨୦ ହଜାର ରୁ ୫୦ ହଜାର ଟଙ୍କା

କାଟାଗୋରୀ  ଡି – ୨୦ ହଜାର ରୁ ୫୦ ହଜାର ଫଲୋଅର୍ସ ଥିବା ଲୋକଙ୍କୁ ମିଳିବ ୫ ହଜାରରୁ ୨୦ ହଜାର ଟଙ୍କା ଦେବ ଟ୍ୱିଟର ।

SOURCE-http://zeenews.india.com

ଶେଷରେ ଯଦି ଆପଣଙ୍କ ପାଖରେ ୨ ହଜାରୁ ୨୦ହଜାର ଫଲୋଅର୍ସ ଥିବେ ତେବେ ଆପଣଙ୍କୁ ମଧ୍ୟ ୨ ହଜାରରୁ ୫ ହଜାର ଟଙ୍କା ରୋଜଗାର ସୁଯୋଗ ଦେବ ଟ୍ୱିଟର । ତେବେ ଏଥିପାଇଁ ଆପଣ କେଉଁ କ୍ଷେତ୍ରରେ ରୋଜଗାର କମାଇବାକୁ ଚାହୁଁଛନ୍ତି ତାହା ଟ୍ୱିଟର ଆପରେ ଥିବା ହେଲ୍ପ ସେଣ୍ଟରରୁ ଜାଣି ପାରିବେ ।