ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକା ଘଟଣାରେ ନୂଆ ମୋଡ଼ : ପତ୍ନୀ କହିଲେ ତାଙ୍କ ବିରୁଧରେ ଅଣାଯାଇଛି ମିଛ ଅଭିଯୋଗ ,ସଂସାର ଭାଙ୍ଗିଦେଇଛନ୍ତି ପ୍ରେମିକା

38

କନକ ବ୍ୟୁରୋ : ସ୍ୱାମୀ, ସ୍ତ୍ରୀ ଓ ପ୍ରେମିକା । ରାଜଧାନୀ ଭୁବନେଶ୍ୱରର ଏହି ଘଟଣା ପ୍ରତ୍ୟେକ ଦିନ ନୂଆ ନୂଆ ମୋଡ ନେବାରେ ଲାଗିଛି । ଶନିବାର ସ୍ୱାମୀ ଓ ମହିଳା ଜଣକ ମାଡ ମାରିଥିବା ସ୍ତ୍ରୀଙ୍କ ବିରୋଧରେ ଅପହରଣର ଅଭିଯୋଗ ଆଣିବା ପରେ, ଏବେ ସ୍ତ୍ରୀଙ୍କ ବୟାନ ମାମଲାକୁ ପୁଣି ଭିନ୍ନ ମୋଡ ଦେଇଛି ।

ଗତ ଅଗଷ୍ଟ ୧୬ ତାରିଖରେ ଭୁବନେଶ୍ୱର ଏୟାରପୋର୍ଟ ଆଗରେ ସ୍ୱାମୀ ଓ ମହିଳା ଜଣକୁ ହଠାତ ଆକ୍ରମଣ କରିଦେଲେ ସ୍ତ୍ରୀ । ତାଙ୍କର ଅଭିଯୋଗ ଥିଲା ସ୍ୱାମୀ ତାଙ୍କୁ ଛାଡି ଦେଇ ଆଉ ଜଣେ ମହିଳାଙ୍କ ସହ ପ୍ରେମରେ ବୁଡି ଯାଇଛନ୍ତି ।

ଏହି ଘରର କଳି ସେତେବେଳେ ପଦାକୁ ଆସିଲା – ଯେତେବେଳେ ମାଡ ମରା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଲା । ପ୍ରଶ୍ନ ଉଠୁଛି ସମସ୍ତଙ୍କ ଆଗରେ ଜଣେ ମହିଳାଙ୍କୁ ଏଭଳି ଭାବେ ଆକ୍ରମଣ କରିବାକୁ କିଏ ଅଧିକାର ଦେଲା ?