ଦୀପକ ସ୍ୱାମୀ ଅପହରଣ ନାଟକରେ ଆସିଲା ନୂଆ ମୋଡ !

23

କନକ ବ୍ୟୁରୋ : ବ୍ୟବସାୟୀ ଦୀପକ ସ୍ୱାମୀ ଅପହରଣ ମାମଲାରେ ନୂଆ ମୋଡ । ଯେଉଁ ବ୍ୟକ୍ତି ୨୦ ଲକ୍ଷ ଟଂକା ସୁପାରି ଦେଇ ତାଙ୍କୁ ଅପହରଣ କରାଇଛନ୍ତି ବୋଲି ଦୀପକ ଅଭିଯୋଗ ଆଣିଥିଲେ, ସେହି ବ୍ୟକ୍ତି ଜଣକ ଆଜି ସାମ୍ବାଦିକ ସମ୍ମିଳନୀ ଡକାଇ ଦୀପକଙ୍କ ଉପରେ ପାଲଟା ଅଭିଯୋଗ ଆଣିଛନ୍ତି । କହିଛନ୍ତି, ଦୀପକ ତାଙ୍କ ବିଷୟରେ ମିଛି ଅଭିଯୋଗ କରିଛନ୍ତି ତେଣୁ ସେ କୋର୍ଟରେ ମାନହାନୀ ମକଦ୍ଦମା କରିଛନ୍ତି ।

ଦୀପକଙ୍କ ଅଭିଯୋଗ ଥିଲା ବିକ୍ରମ ମହାନ୍ତି ହିଁ ତାଙ୍କୁ ଫିଲ୍ମ ଷ୍ଟାଇଲରେ ଅପହରଣ କରିଥିଲେ । କିଛି ଭଡାଟିଆ ଗୁଣ୍ଡାଙ୍କୁ ୨୦ ଲକ୍ଷର ସୁପାରୀ ଦେଇ ରାଜଧାନୀଠୁ ବହୁତ ଦୁରକୁ ନେଇଯାଇଥିଲେ । ଏପଟେ ଦୀପକଙ୍କୁ ଫିଲ୍ମ ଷ୍ଟାଇଲର ଅପହରଣ ଘଟଣା ପୁଲିସର ସନ୍ଦେହ ବଢାଇ ଦେଇଛି । ସତରେ କଣ ଦୀପକଙ୍କୁ ଅପହରଣ କରାଯାଇଥିଲା ? ନା ପୁଲିସକୁ ବୋକା ବନାଇ ନାଟକର ନାଁ ଅପହରଣର କରାଯାଇଛି ?

ଗତ ୨୩ତାରିଖ ରାତି ୧୦ଟାରେ ଦୀପକଙ୍କୁ ଅପହରଣ ହୋଇଥିବା ନେଇ ଇନଫୋସିଟି ଥାନାରେ ଅଭିଯୋଗ ହୋଇଥିଲା । ଆଉ ଅପହରଣକୁ ୨୪ ଘଂଟା ନପୁରୁଣୁ ଦୀପକ ୨୪ ତାରିଖ ରାତି ୯ଟା୪୫ରେ ଏକ ନାଟକୀୟ ଢଙ୍ଗରେ ସୁସ୍ଥ ଭାବେ ଘରେ ପହଂଚିଲେ । ପୁଲିସର ତଦନ୍ତରୁ ହିଁ ଏହି ଫିଲ୍ମ ଷ୍ଟାଇଲ ଅପହରଣର ଗୁମର ଫିଟାଇ ପାରିବ ।