ଜଗା-ବଳିଆଙ୍କୁ ନେଇ ତିଆରି ହେବ ଚଳଚ୍ଚିତ୍ର ! ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲରେ ପ୍ରଦର୍ଶିତ ହେବ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କାହାଣୀ

35

କନକ ବ୍ୟୁରୋ: ଅତିଶୀଘ୍ର ନ୍ୟାସନାଲ ଜିଓଗ୍ରାଫିକ୍ ଚ୍ୟାନେଲରେ ଯୋଡାମୁଣ୍ଡ ଶିଶୁ ଜଗା-ବଳିଆଙ୍କ ସଫଳ ଅସ୍ତ୍ରୋପଚାର କାହାଣୀ ପ୍ରଦର୍ଶିତ ହେବ । ୪୫ ମିନିଟର ଏହି କ୍ଷୁଦ୍ର ଚଳଚ୍ଚିତ୍ର ପାଇଁ ଦିଲ୍ଲୀ ଏମ୍ସ ପରିସରରେ ସୁଟିଂ ଶେଷ ହୋଇଥିବା ଜଣାପଡ଼ିଛି । ଅସ୍ତ୍ରୋପଚାର ପୂର୍ବରୁ ଯୋଡାମୁଣ୍ଡ ଶିଶୁଙ୍କ ଅବସ୍ଥାଠୁ ନେଇ ଜଗା-ବଳିଆଙ୍କୁ କିଭଳି ଅଲଗା କରାଗଲା ଏବଂ ସେମାନେ ଏବେ କିପରି ଅଛନ୍ତି ସେ ନେଇ ସମସ୍ତ ତଥ୍ୟ ଏହି ଚଳଚ୍ଚିତ୍ରରେ ଉପସ୍ଥାପିତ ହେବ ।

Jaga-Balia1

ଜଗା-ବଳିଆଙ୍କ ଯୋଡା ମୁଣ୍ଡ ଅଲଗା କରିବା ଭାରତୀୟ ଚିକିତ୍ସା ବିଜ୍ଞାନର ସବୁଠାରୁ ବଡ ଉପଲବଧି କୁହାଯାଉଥିବା ବେଳେ ଏହାକୁ ଦେଶ ବିଦେଶର ପ୍ରମୁଖ ଗବେଷଣାମୂଳକ ପତ୍ର ପତ୍ରିକାରେ ମଧ୍ୟ ସାମିଲ କରାଯାଇଛି । ଏଭଳି ଏକ ବିରଳ ଅସ୍ତ୍ରୋପଚାରକୁ ଗିନିଜ ବୁକ୍ ଅଫ୍ ଓ୍ଵାର୍ଲ୍ଡ ରେକର୍ଡରେ ସାମିଲ କରିବା ପାଇଁ ମଧ୍ୟ ଏମ୍ସ କର୍ତ୍ତୃପକ୍ଷ ଯୋଜନା କରୁଥିବା ଜଣାପଡ଼ିଛି ।