ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆ ସୁସ୍ଥ ! ୩ଟି ପର୍ଯ୍ୟାୟରେ ଅସ୍ତ୍ରୋପଚାର ହେବା ନେଇ କନକ ନ୍ୟୁଜକୁ ସୂଚନା ଦେଲେ ଏମ୍ସ ବିଭାଗୀୟ ମୁଖ୍ୟ ଅଶୋକ ମହାପାତ୍ର

36

କନକ ବ୍ୟୁରୋ: ପ୍ରଥମ ପର୍ଯ୍ୟାୟ ଅପରେସନ ପରେ ଜଗା ବଳିଆଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଭଲ ଥିବା ନେଇ କହିଛନ୍ତି ଏମ୍ସର ବିଭାଗୀୟ ମୂଖ୍ୟ ଅଶୋକ ମହାପାତ୍ର । ତିନୋଟି ପର୍ଯ୍ୟାୟରେ ଜଗାବଳିଆଙ୍କ ଅପରେସନ ହେବ । ଅନ୍ୟ ଯାଆଁଳା ମୁଣ୍ଡ ଥିବା ଶିଶୁ ଅପେକ୍ଷା ଜଗା ବଳିଆଙ୍କ ଅଧିକ ସମସ୍ୟା ରହିଥିବା ଅଶୋକ ମହାପାତ୍ର କହିଛନ୍ତି ।

ସୂଚନା ମୁତାବକ, ପ୍ରଥମେ ଜଗାବଳିଆଙ୍କ ମୁଣ୍ଡ କେତେ ପରିମାଣରେ ଯୋଡ଼ି ହୋଇରହିଛି, ଏବଂ କେଉଁ କେଉଁ ଶିରାପ୍ରଶିରା ଯୋଡ଼ି ହୋଇ ରହିଛି ତାର ଅନୁଧ୍ୟାନ କରାଯାଇଥିଲା । କାରଣ ଦୁଇଟି ପିଲାର ଦୁଇଟି ମସ୍ତିଷ୍କକୁ ଅଲଗା କରିବାକୁ ହେବ । ତେବେ ଯାଇ ଦୁଇ ଜଣଙ୍କୁ ସଂପୂର୍ଣ ଭାବେ ସଫଳତାର ସହ ଅଲଗା କରିହେବ । ପ୍ରଥମ ପର୍ଯ୍ୟାୟ ଅପରେସନରେ ଏହାକୁ ଅନୁଧ୍ୟାନ କରାଯିବା ସହ ଯେଉଁ ଶିରାପ୍ରଶିରାଗୁଡ଼ିକ ଯୋଡ଼ି ହୋଇ ରହିଥିଲା କିମ୍ବା ଦୁଇଟି ସ୍ଥାନରେ ଗୋଟିଏ ଥିଲା ସେହି ସ୍ଥାନରେ କୃତ୍ରିମ ଭାବେ ତିଆରି ହୋଇଥିବା ଶିରାପ୍ରଶିରା ରୋପଣ କରାଯାଇଛି । ତେଣୁ ଦୁଇଟି ମୁଣ୍ଡକୁ ଅଲଗା କରିବାର ଏହି ମିଶନ୍ ବେଶ୍ ଆଗକୁ ବଢ଼ିଛି ।

ତେବେ ପ୍ରଥମ ପର୍ଯ୍ୟାୟ ଅପରେସନ ବେଳେ ଜଗା ବଳିଆଙ୍କ ମୁଣ୍ଡରେ କ୍ରୁତିମ ଭେନ୍ ଲଗାଯାଇଛି । ମଙ୍ଗଳବାର ସକାଳ ୯ଟାରୁ ଯାଆଁଳା ଶିଶୁ ଜଗା ବଳିଆଙ୍କ ଅପରେସନ ଆରମ୍ଭ କରାଯାଇଥିଲା । ପାଖାପାଖି ୨୦ ଘଂଟା ଧରି ଅପରେସନ ଚାଲିଥିଲା । ୪୦ ଜଣିଆ ଡାକ୍ତରୀ ଟିମ ଅସ୍ତ୍ରୋପଚାର କରିଥିଲେ ।