ଯୋଡ଼ାମୁଣ୍ଡ ପରେ ଯୋଡ଼ା ପେଟର ଜାଆଁଳା ଶିଶୁଙ୍କୁ ନେଇ ଚର୍ଚ୍ଚା ! ନୟାଗଡ଼ର ଘରୋଇ ଡାକ୍ତରଖାନାରେ ଜନ୍ମ ନେଇଛନ୍ତି ଦୁଇ ଭଉଣୀ

22

କନକ ବ୍ୟୁରୋ : ଯୋଡାମୁଣ୍ଡ ଶିଶୁ ଜଗାବଳିଆଙ୍କ ପରେ ଏବେ ପେଟ ଓ ଛାତି ଯୋଡିହେଇ ଜନ୍ମହୋଇଥିବା ଦୁଇଶିଶୁକୁ ନେଇ ଚର୍ଚ୍ଚା । ଏଭଳି ଯାଅଁଳା ଶିଶୁଙ୍କୁ ଜନ୍ମଦେଇଛନ୍ତି ନୟାଗଡର ଜଣେ ମହିଳା । ନୟାଗଡର ଏକ ଘରୋଇ ଡାକ୍ତରଖାନାରେ ଏହି ଯମଜ କନ୍ୟା ସନ୍ତାନ ଜନ୍ମ ନେଇଛନ୍ତି । ଜନ୍ମ ହେବା ପରେ କନ୍ୟା ସନ୍ତାନଙ୍କୁ ଦେଖିବା ଲାଗି ପ୍ରବଳ ଭିଡ ଲାଗିରହିଥିଲା । ତେବେ କନ୍ୟା ସନ୍ତାନ୍ତଙ୍କ ସ୍ୱାସ୍ଥ୍ୟ ଭଲ ନଥିବାରୁ ସେମାନଙ୍କୁ କଟକ ଶିଶୁଭବନକୁ ସ୍ଥାନାନ୍ତର କରାଯାଇଛି । ଏହି ଯମଜ କନ୍ୟାଙ୍କ ବାପା ମା ହେଲେ ନୟାଗଡ ଶରଣକୂଳ ଥାନା ଖଳିପାଟଣା ଗାଁର କିଶୋର କୁମାର ଦତ ଓ ତାଙ୍କ ସ୍ତ୍ରୀ ସୁମିତ୍ରା ।