ଆଉ ଅଳ୍ପ ଦିନ ପରେ ଆପଣଙ୍କ ହାତକୁ ଆସିବ ୨୦ ଟଙ୍କିଆ ମୁଦ୍ରା ! ପ୍ରସ୍ତୁତ ହେଉଛି ଡିଜାଇନ୍

38

ଖୁବ ଶୀଘ୍ର ବଜାରକୁ ଆସିବ ୨୦ ଟଙ୍କିଆ ମୁଦ୍ରା । ଏହି ମୁଦ୍ରାର ଡିଜାଇନ୍ ଅନ୍ୟ ମୁଦ୍ରା ତୁଳନାରେ ବିଲକୁଲ ଭିନ୍ନ ତଥା ଆଧୁନିକ ହେବ । ୨୦ ଟଙ୍କିଆ ମୁଦ୍ରାକୁ ୨ଟି ଧାତୁରର ମିଶ୍ରଣରେ ତିଆରି ହେବ । ତେବେ ଏହି ମୁଦ୍ରାର ଡିଜାଇନ ଉପରେ କାମ ଆରମ୍ଭ ହୋଇସାରିଛି । କୁହାଯାଉଛି ଡିସେମ୍ବର ୨୦୧୮ ପର୍ଯ୍ୟନ୍ତ ଏହି ମୁଦ୍ରା ବଜାରରେ ଲଂଚ ହେବ । ତେବେ ଏହି ମୁଦ୍ରା ତିଆରି ଭାରତ ସରକାର ଓ ରିଜର୍ଭ ବ୍ୟାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ସାବ୍ୟସ୍ତ ହେବ । ଏବେ ଦେଶର ଅର୍ଥ ବ୍ୟବସ୍ଥାରେ ପାଖାପାଖି ୨୬ ହଜାର କୋଟି ଟଙ୍କାର ମୁଦ୍ରା ପ୍ରଚଳନ ହେଉଛି ।

୧୦ ଟଙ୍କିଆ ନୂଆ ନୋଟି ଗୁଡ଼ିକ ସୀମିତ ରୂପରେ ଛପା ହୋଇଛି । ଆଉ ଏବେ ୨୦ ଟଙ୍କିଆ ନୋଟ୍ ଛପା ବନ୍ଦ ଅଛି । ବଜାରରେ ପୁରୁଣା ୧୦ ଟଙ୍କିଆ ଓ ୨୦ ଟଙ୍କିଆ ନୋଟର ପ୍ରଚଳନ ଅଧିକ ଅଛି । ଅର୍ଥବ୍ୟବସ୍ଥାରେ ବର୍ତ୍ତମାନ ପାଖାପାଖି ୮୦ ହଜାର କୋଟି ମୂଲ୍ୟର ୫ରୁ ୨୦ ମୂଲ୍ୟର ୫୭ ଆରବ ନୋଟ ରହିଛି । ଆରବିଆଇ ବିଶ୍ୱସ୍ତ ସୂତ୍ର ଅନୁସାରେ ସାରା ଦେଶରେ ଏବେ ୫୦ ହଜାର କୋଟିରୁ ଅଧିକ ୧୦ ଓ ୨୦ଟଙ୍କିଆ ନୋଟର ବ୍ୟବହାର ହେଉଛି ।

କେତେ ଛୋଟ ନୋଟ ପ୍ରଚଳନ ହେଇଛି  (୩୧ ମାର୍ଚ୍ଚ୨୦୧୭ ପର୍ଯ୍ୟନ୍ତ) ?
୨ ଓ ୫ ଟଙ୍କା – ୪୫୦୦ କୋଟି
୧୦ ଟଙ୍କା- ୩୬୯୦୦ କୋଟି (ଦଶ ଟଙ୍କିଆ ନୂଆ ନୋଟ ସାମିଲ ନାହିଁ)
୨୦ ଟଙ୍କିଆ – ୪୦୬୦୦ କୋଟି

୨୦ ଟଙ୍କିଆ ମୁଦ୍ରା ଆଣିବା ପାଇଁ ସରକାର ଏହାକୁ ଲିଗାଲ ଟେଣ୍ଡର କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଏବେ ପର୍ଯ୍ୟନ୍ତ ୨୦ ଟଙ୍କିଆ ମୁଦ୍ରା ବାଜରକୁ ଆସିନାହିଁ । ଟେଣ୍ଡର ପାଇଁ ଅନୁମତି ମିଳିବା ପରେ ୨୦ ଟଙ୍କିଆ ମୁଦ୍ରା ବଜାରରେ ଜାରି କରାଯିବ ।