ବିବାଦ ଘେରରେ ଲୋକପ୍ରିୟ ଆଙ୍କର ଅଞ୍ଜନା ଓମ୍ କଶ୍ୟପ୍ ! ଲାଇଭ୍ ଟିଭିରେ ଯୁବନେତା ଆଦିତ୍ୟ ଠାକରେଙ୍କୁ ଶିବସେନାର ରାହୁଲ୍ ଗାନ୍ଧୀ ବୋଲି କହି ଫସିଲେ ମହିଳା ଆଙ୍କର ।

862

ରାଜନୀତିରେ ପ୍ରତିଦିନ କିଛି ନା କିଛି ବିଷୟକୁ ନେଇ ନେତାମାନେ ଚର୍ଚ୍ଚାର ପରିସରକୁ ଆସିଥାନ୍ତି । ତେବେ କିଛି ନେତା ପବ୍ଲିସିଟି ପାଇଁ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥାନ୍ତି ତ ଆଉ କିଛି କଥା କଥାରେ ହିଁ ଭୁଲ୍ ଶବ୍ଦ ପ୍ରୟୋଗ କରିଦିଅନ୍ତି । ରାଜନୀତିରେ ଏଭଳି କିଛି ହେବା ସାଧାରଣ କଥା । କିନ୍ତୁ ବର୍ତ୍ତମାନ ଜଣେ ଲୋକପ୍ରିୟ ନ୍ୟୁଜ୍ ଆଙ୍କରଙ୍କ ଭିଡିଓ ଭାଇରାଲ୍ ହେଉଛି ଯେଉଁଠି ସେ ଶିବସେନାର ଯୁବନେତା ତଥା ଶିବସେନା ସୁପ୍ରିମୋ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେଙ୍କୁ ଶିବସେନାର ରାହୁଲ୍ ଗାନ୍ଧୀ ବୋଲି କହୁ୍ଛନ୍ତି । ଲାଇଭ୍ ଶୋ’ରେ ଆଙ୍କରଙ୍କ କଥାକୁ ମ୍ୟୁଟ୍ କରାଯାଇନଥିଲା ଯେଉଁଥିପାଇଁ ସେ କହିଥିବା ଶବ୍ଦ ଟିଭିରେ ଶୁଣିବାକୁ ମିଳିଥିଲା । ତେବେ ଏଭଳି ବୟାନ୍ ଦେବା ଏବେ ଆଙ୍କରଙ୍କ ପାଇଁ ମହଙ୍ଗା ପଡିଛି । ପ୍ରସିଦ୍ଧ ନ୍ୟୁଜ୍ ଚ୍ୟାନେଲ୍ ଆଜ୍ ତକ୍ ର ଲୋକପ୍ରିୟ ମହିଳା ଆଙ୍କର ତଥା ପତ୍ରକାର ଅଞ୍ଜନା ଓମ୍ କଶ୍ୟପ୍ ଏବେ ଏହି ବିବାଦରେ ଛନ୍ଦି ହୋଇ ପଡିଛନ୍ତି । ପିସିଆର୍ ର ଭୁଲ୍ କାରଣରୁ ଏଭଳି ଭୁଲ୍ ହୋଇଥିବା ଜଣାପଡିଥିଲା କିନ୍ତୁ ଏହାର ପରିଣାମ ଏବେ ଏହି ଆଙ୍କରଙ୍କୁ ଭୋଗିବାକୁ ପଡିଛି । ଲାଇଭ୍ ଚାଲିଥିବା ସମୟରେ ଶୁଣିବାକୁ ମିଳୁଛି ଯେ , ଆଦିତ୍ୟ ଶିବସେନାର ରାହୁଲ୍ ଗାନ୍ଧୀ ସାବ୍ୟସ୍ତ ହେବ ଲେଖିକି ରଖିନିଅ । ଏବେ ଅଞ୍ଜନାଙ୍କ ଏହି ଅନଅଫିସିଆଲ୍ ବୟାନ୍ କ୍ଲିପ୍ କୁ ନେଇ ସୋସିଆଲ୍ ମିଡିଆରେ ଖୁବ୍ ଟ୍ରୋଲ୍ ହେଉଛନ୍ତି ଅଞ୍ଜନା ଓମ୍ କଶ୍ୟପ୍ । ତେବେ କିଛି ୟୁଜର୍ସ ଏଥିପାଇଁ ତାଙ୍କୁ ସମର୍ଥନ ମଧ୍ୟ କରୁଛନ୍ତି ।

ଏବେ ଅଞ୍ଜନାଙ୍କ ଏହି ବୟାନ୍ ଉପରେ ପ୍ରିୟଙ୍କା ଚତୁର୍ବେଦୀ ଯବାବ୍ ରଖି କହିଛନ୍ତି , କିଏ କ’ଣ ସାବ୍ୟସ୍ତ ହେବ ତାହା ତ ସମୟ କହିବ , କିନ୍ତୁ କିଛି ଲୋକ ତ ବହୁତ ପୂର୍ବରୁ ହିଁ ଭଡାର ଚାଟୁକାର ସାବ୍ୟସ୍ତ ହୋଇସାରିଛନ୍ତି । ଆପଣ ନିଜ ପତ୍ରକାରିତା ଉପରେ ଧ୍ୟାନ ଦିଅନ୍ତୁ , ପଇସା ଦେଲେ ତ ରାସ୍ତାକଡରେ ବସିଥିବା ଶୁଆ ବି ଭବିଷ୍ୟବାଣୀ କରିବ । ତେବେ ଅଞ୍ଜନାଙ୍କ ଏହି ବୟାନକୁ ନେଇ ଶିବସେନା ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ । କିନ୍ତୁ ଅଞ୍ଜନାଙ୍କ ଏହି ବୟାନରେ ନୂଆ ବିବାଦ ଉପୁଜିବ ଏଥିରେ କୌଣସି ସନ୍ଦେହ ନାହିଁ ।