ଲାଇଭ୍ ସୋ’ରେ ବାଡିଆପିଟା ! ପାକିସ୍ତାନର ଟିଭି ଷ୍ଟୁଡିଓରେ ଲାଇଭ ଡିବେଟ୍ ବେଳେ ପିଟିଆଇ ନେତା ଓ ବରିଷ୍ଠ ପତ୍ରକାରଙ୍କ ମଧ୍ୟରେ ଠେଲାପେଲା, ଭିଡିଓ ଭାଇରାଲ

245

କନକ ବ୍ୟୁରୋ: ପାକିସ୍ତାନର ଏକ ଟିଭି ଚ୍ୟାନେଲରେ ଲାଇଭ ଡିବେଟ ଚାଲିଥିବା ବେଳେ ହଙ୍ଗାମା । ପିଟିଆଇ ନେତା ଓ ପାନେଲିଷ୍ଟ ଥିବା ଜଣେ ବରିଷ୍ଠ ସାମ୍ବାଦିକଙ୍କ ମଧ୍ୟରେ କଥା କଟାକଟି ଚାଲିଥିବା ସମୟରେ ପରିସ୍ଥିତି ଏପରି ହୋଇଥିଲା ଯେ ପରସ୍ପରକୁ ଠେଲାପେଲା କରିବା ଯାଏଁ କଥା ଯାଇଥିଲା । ପାକିସ୍ତାନ ତେହେରିକ ଇ ଇନସାଫର ନେତା ମସରୁର ଅଲି ଏବଂ କରାଚି ପ୍ରେସ କ୍ଲବର ପ୍ରେସିଡେଂଟ ଇମତିଆଜ ଖାନଙ୍କ ମଧ୍ୟରେ ଏହି ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଉଭୟ ଆଲୋଚନାରେ ଭାଗ ନେଉଥିବା ବେଳେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଉତ୍ୟକ୍ତ ହୋଇ ପିଟିଆଇ ନେତା ନିଜ ସ୍ଥାନରୁ ଉଠିପଡି ପାନେଲିଷ୍ଟ ଥିବା ବରିଷ୍ଠ ସାମ୍ବାଦିକଙ୍କୁ ଅଚାନକ ଠେଲାପେଲା କରିଥିଲେ । ଏଥିରେ ତଳେ ପଡିଯାଇଥିଲେ ସାମ୍ବାଦିକ । ପୁଣିଥରେ ସାମ୍ବାଦିକ ଜଣଙ୍କ ତଳୁ ଉଠିପଡି ପିଟିଆଇର ଏହି ନେତାଙ୍କୁ ଜାବୁଡି ଧରିଥିଲେ । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।